ଜନ୍ମ ହେଲା ସହିଦଙ୍କ ପୁଅ: ‘ବଡ଼ ହୋଇ ପିତୃହତ୍ୟାର ପ୍ରତିଶୋଧ ନେବ’, କହିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଜନ୍ମ ହେଲା ସହିଦଙ୍କ ପୁଅ: ‘ବଡ଼ ହୋଇ ପିତୃହତ୍ୟାର ପ୍ରତିଶୋଧ ନେବ’, କହିଲେ ପତ୍ନୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ଡିସେମ୍ବର ୫ତାରିଖରେ ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଯାଇଥିବା ଯବାନ ରାଜେଶ ଯାଦବଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରାଜେଶଙ୍କ ମୃତ୍ୟୁକୁ ୨ମାସରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି। ରାଜେଶଙ୍କ ମୃତ୍ୟୁର ଶୋକ ଭୁଲିବାକୁ ଭଗବାନ ତାଙ୍କ ବିଧବା ପତ୍ନୀଙ୍କ କୋଳରେ ପୁତ୍ର ସନ୍ତାଟିଏ ଦେଇଛନ୍ତି।

ଆଉ ପୁଅକୁ ପାଇ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି,  “ପୁଅ ବଡ଼ ହେଲେ ତାକୁ ସେନାକୁ ପଠାଇବି। ସେ ପାକିସ୍ତାନଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ।”

ଉତ୍ତରପ୍ରଦେଶର ଏଟା ନିବାସୀ ରାଜେଶ ଯାଦବ ୫ ଡିସେମ୍ବର ୨୦୧୮ରେ ପାକିସ୍ତାନର ସୀମାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ । ଆଉ ସେହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ସ୍ୱାମୀଙ୍କ ସହିଦ ହେବା ଦୁଖ ଥିଲେ ମଧ୍ୟ କଅଁଳ ପୁଅର ମୁହଁ ଦେଖି ଟିକିଏ ଆସ୍ୱସ୍ଥ ହୋଇଛନ୍ତି ଶ୍ୱେତା ।  ପୁଅକୁ ଭାରତୀୟ ସେନାରେ ଜଣେ ବୀର ସୈନିକ ଭାବେ ଦେଖିବା ପାଇଁ ସେ ଚାହୁଛନ୍ତି।

ସହିଦ ରାଜେଶ ଯାଦବଙ୍କ ବାପା କହିଛନ୍ତି ପୁଅ ସହିଦ ହେବାର ଦୁଃଖ ଅଛି, ହେଲେ ନାତିକୁ ଦେଖିଲେ ଛାତି କୁଣ୍ଢେମୋଟ ହୋଇଯାଉଛି । ସବୁଠାରୁ ବଡ଼ ଖୁସିର କଥା ହେଲା ପୁଅକୁ ହରାଇ ଥିଲେ ମଧ୍ୟ ସେ ନାତିକୁ ବଡ଼ କରି ସେନାକୁ ପଠାଇବା ପାଇଁ ଚାହୁଁଛନ୍ତି ।

 

 



from Odisha Reporter https://ift.tt/2BHYSe4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages