ଠିଆ ହୋଇ ପାଣି ପିଉଛନ୍ତି କି ? ସାବଧାନ୍, ଦେଖାଦେଇପାରେ ଗମ୍ଭୀର ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଠିଆ ହୋଇ ପାଣି ପିଉଛନ୍ତି କି ? ସାବଧାନ୍, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ ଅକ୍ସିଜେନ ଓ ନ୍ୟୁଟ୍ରିଶନ ଯୋଗାଇଥାଏ। କିନ୍ତୁ ଅନେକ ଲୋକ ଠିଆ ହୋଇ ପାଣି ପିଇବା ଆମେ ଦେଖିଥାନ୍ତି। ଆପଣ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ? ଏହା ବିଭିନ୍ନ ରୋଗକୁ ଆମନ୍ତ୍ରଣ ଦେଇଥାଏ। ଆଜି ଆମେ ଆପଣଙ୍କୁ ଠିଆ ହୋଇ ପାଣି ପିଇଲେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ, ସେ ବିଷୟରେ କହିବୁ।

୧) ଠିଆ ହୋଇ ପାଣି ପିଇଲେ ଆମ ଶରୀରର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ। ତେଣୁ ପାଚନ ପ୍ରକ୍ରିୟା ସ୍ୱଭାବିକ ଭାବେ ହୋଇପାରେନାହିଁ। ଫଳରେ ଅନେକ ପ୍ରକାରର ପେଟଜନିତ ସମସ୍ୟା ଦେଖାଦେଇଥାଏ।

୨) ଠିଆ ହୋଇ ପିଇଲେ ପାଣି ଦ୍ରୁତ ଗତିରେ କିଡ୍‌ନୀ ଅଭିମୁଖେ ଯାଇଥାଏ। ଯାହାଦ୍ୱାରା ସେହି ପାଣିକୁ କିଡନୀ ଠିକ୍‌ ଭାବେ ଛାଣି ପାରେ ନାହିଁ ଓ ରକ୍ତ ଦୂଷିତ ହୋଇଥାଏ। ଫଳରେ କିଡ୍‌ନୀ ଜନିତ ବିଭିନ୍ନ ସମସ୍ୟା ଦେଖାଦିଏ।

୩) କିଡ୍‌ନୀର କାମ ହେଲା ପାଣିକୁ ଛାଣିବା। ହେଲେ ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ଠିକ୍‌ ଭାବରେ ଛାଣି ହୋଇପାରି ନ ଥାଏ। ଫଳରେ ମୁତ୍ରାଶୟ ଓ ରକ୍ତରେ ମଇଳା ପଦାର୍ଥ ଜମି ଯାଏ। ଭବିଷ୍ୟତରେ ଏହା ଗମ୍ଭୀର ରୂପ ନେଇଥାଏ।

୪) ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଏହା ଶରୀର ଭିତରକୁ ଶୀଘ୍ର ପ୍ରବେଶ କରିଥାଏ। ଫଳରେ ଶରୀରରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ବାରମ୍ବାର ଏପରି କରିବା ଦ୍ୱାରା ପାକସ୍ଥଳୀ ଖରାପ ହୋଇଯାଏ। ହୃତପିଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼େ।

୫) ଠିଆହୋଇ ପାଣି ପିଇଲେ ଶରୀରର ତରଳ ପଦାର୍ଥର ସନ୍ତୁଳନ ବିଗିଡ଼ିଯାଏ। ପାଣି ସିଧା ତଳକୁ ଗଲା ବେଳେ ଗଣ୍ଠିରେ ଜମା ହୋଇଥିବା ତରଳ ପଦାର୍ଥର ସନ୍ତୁଳନ ନଷ୍ଟ ହୋଇଥାଏ। ଯାହାଫଳରେ ଗଣ୍ଠି ଯନ୍ତ୍ରଣା ହୋଇଥାଏ।

୬) ସବୁଠୁ ବଡ଼ କଥା ହେଉଛି, ଛିଡ଼ାହୋଇ ପାଣି ପିଇବା ଦ୍ୱାରା ଶୋଷ ମେଣ୍ଟି ନ ଥାଏ। ଏପରି ପାଣି ପିଇବା ପରେ  କିଛି ସମୟ ପରେ ପୁଣି ଶୋଷ ଲାଗିଥାଏ।



from Odisha Reporter http://bit.ly/2tmC4fs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages