ବଜେଟକୁ ନେଇ ନିଜ ପିଠି ଥାପୁଡ଼ାଇଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ବଜେଟକୁ ନେଇ ନିଜ ପିଠି ଥାପୁଡ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ବାସ୍ତବ ଭାବେ ବିକାଶକେନ୍ଦ୍ରିକ, ଚାଷୀ, ଗରିବ, ମହିଳା, ଯୁବ ଓ ଅନୁସୂଚିତ ଜାତି-ଜନଜାତି ବର୍ଗର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି,”ସରକାର କେବଳ ପ୍ରତିଶ୍ରୁତିରେ ନୁହେଁ ବାସ୍ତବ କାମରେ ବିଶ୍ୱାସ କରନ୍ତି। ଆମ କାମ ହିଁ କଥା କହେ।
ଏହି ବଜେଟ ସରକାରଙ୍କ ଭଲ କାମକୁ ଜାରି ରଖିବାରେ ସହାୟକ ହେବ।”

କାଳିଆ ଯୋଜନା, କାଳିଆ ବୃତ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପିଲାଙ୍କ ବୃତ୍ତି, ଆମ ଗାଁ ଆମ ବିକାଶ, ମଧୁବାବୁ ପେନସନ ଯୋଜନା, ଗୃହନିର୍ମାଣ, ପାନୀୟ ଜଳ, ସମସ୍ତଙ୍କ ପାଇଁ ବିଦ୍ୟୁତ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ସୃଷ୍ଟି ଏବଂ ମେକ୍ ଇନ୍ ଓଡ଼ିଶା ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ବଜେଟରେ ଆବଶ୍ୟକ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2SDcBfO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages