ହରଡ଼ଘଣାରେ ବବି: ଅଭିଯୋଗ ଆଣିଲେ ମହିଳା କମିଶନ ସଦସ୍ୟା, କହିଲେ- ମତେ ଗେଟ୍‌ଆଉଟ୍ କହି ତଡ଼ିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ହରଡ଼ଘଣାରେ ବବି: ଅଭିଯୋଗ ଆଣିଲେ ମହିଳା କମିଶନ ସଦସ୍ୟା, କହିଲେ- ମତେ ଗେଟ୍‌ଆଉଟ୍ କହି ତଡ଼ିଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତିଳୋତ୍ତମା ନାୟକ। ବବି ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘରୁ ତଡ଼ି ଦେଇଥିବା ତିଳୋତ୍ତମା ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରି ଜଣାଇବାକୁ ନବୀନ ନିବାସ ଯାଇଥିଲେ। କିନ୍ତୁ ନବୀନ ବାବୁ ନୂଆପଡ଼ା ଗସ୍ତରେ ଯାଇଥିବାରୁ ଦେଖା ହୋଇପାରି ନାହିଁ। ଅପରାହ୍ଣରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ତିଳୋତ୍ତମା କହିଛନ୍ତି।

ତିଳୋତ୍ତମା ଅଭିଯୋଗ କରିଛନ୍ତି- “ନିର୍ବାଚନ ପ୍ରସଙ୍ଗରେ ଆଜି ସକାଳେ ପ୍ରଣବଙ୍କୁ ଭେଟିବାକୁ ଯାଇଥିଲି। ସେଠାରେ ପ୍ରଣବ ମୋତେ ଗାଳିଗୁଲଜ କରିବା ସହ ସେଠାରୁ ବାହାର କରିଦେଇଥିଲେ।”

ସେ ଆହୁରି କହିଛନ୍ତି- “ମୁଁ ଜଣେ ଦଳିତ ମହିଳା। କଳାହାଣ୍ଡି ଜିଲ୍ଲାରୁ ନେତୃତ୍ୱ ନେଉଛି। ନିଷ୍ଠାପର ଭାବେ କାମ କରି ୱାର୍ଡମେମ୍ବରରୁ ମହିଳା କମିଶନ ସଦସ୍ୟା ପର୍ଯ୍ୟନ୍ତ ଆସି ପାରିଛି। ନବୀନ ବାବୁଙ୍କ ‘ମାଆକୁ ସମ୍ମାନ, ଗାଁକୁ କାମ’ ନାରାକୁ ମୁଁ ଭଲ ଭାବେ ତୁଲାଇଛି। ଜଣେ ନାରୀ ହିସାବରେ ନବୀନ ବାବୁ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି। ହେଲେ ଆଜି ପ୍ରଣବ ବାବୁ ଯେଉଁ ପରି ବ୍ୟବହାର ଦେଖାଇଲେ, କେବେ ଏପରି ଅସମ୍ମାନିତ ହୋଇ ନଥିଲି।”

ସେ ଆହୁରି କହିଛନ୍ତି- “ନବୀନ ବାବୁ କହିଥିଲେ ଦଳରେ ୩୩ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯିବ। ଦଳ ପାଇଁ କାମ କରିଛୁ। ଆମର ବି କିଛି ଆଶା ରହିଛି। ଏଥିପାଇଁ ମୁଁ ବି କିଛି ଆଶା ରଖିଛି। ଗତ ୧୬ ତାରିଖରେ ମିଶନ ଶକ୍ତି କାର୍ଯ୍ୟକ୍ରମ ବେଳେ ବବି ଦାସ କଳାହାଣ୍ଡି ଜିଲ୍ଲାକୁ ଯାଇ ସେଠିକାର ସମସ୍ୟା ବୁଝିଥିଲେ। ଯେଉଁମାନଙ୍କ ସହ ଆଲୋଚନା କରିଥିଲି, ସମସ୍ତେ କହିଥିଲେ ବବି ଦାସଙ୍କ ପାଖକୁ ଯାଅ ସେ ସବୁ ବୁଝୁଛନ୍ତି ବୋଲି କହିଥିଲେ। ତେଣୁ ତାଙ୍କୁ ଦେଖା କରି ମୋ ଅଭିଯୋଗ ଜଣାଇବାକୁ ଚିନ୍ତା କରି ଆଜି ଆସିଥିଲି। ହେଲେ ସେ ଅଭିଯୋଗ ଶୁଣିବା ବଦଳରେ ଖରାପ ଭାଷାରେ ଗାଳିଗୁଲଜ କରି ତଡ଼ି ଦେଲେ। ମୁଁ ଜଣେ ମହିଳା କମିଶନ ସଦସ୍ୟା ହୋଇ ମଧ୍ୟ ଯଦି ଜଣେ ଶିକ୍ଷିତ ବିଧାୟକଙ୍କ ପାଖରୁ ଏମିତି ବ୍ୟବହାର ପାଉଛି, ତେବେ ମୁଁ ରାଜ୍ୟର ଅନ୍ୟ ମହିଳାଙ୍କୁ କେମିତି ସୁରକ୍ଷା ଦେବି ଏବେ ଚିନ୍ତା କରୁଛି। କେବଳ ମୋତେ ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ସେ ଏମିତି ବ୍ୟବହାର ଦେଖାଇଥିଲେ। ଯାହାର ପ୍ରତିବାଦ କରିବାରୁ ମୋତେ ଏମିତି ବ୍ୟବହାର ଦେଖାଇଥିଲେ।”

ତେବେ ତିଳୋତ୍ତମାଙ୍କ ଏହି ଅଭିଯୋଗ ସଂପର୍କରେ ବିଧାୟକ ପ୍ରଣବ ଦାସ (ବବି)ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। (ଭିଡିଓରେ ଶୁଣନ୍ତୁ ତିଳୋତ୍ତମା ନାୟକଙ୍କ ପ୍ରତିକ୍ରିୟା)



from Odisha Reporter https://ift.tt/2BRBgUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages