ମୟଙ୍କ ମାର୍କଣ୍ଡେ: ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଏବେ ଟିମ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ମୟଙ୍କ ମାର୍କଣ୍ଡେ: ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଏବେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଯଦି ଜଣେ ଭଲ କୋଚ୍‌ ମିଳି ନଥାଆନ୍ତେ, ତା’ହେଲେ ଆଜି ମୟଙ୍କ ମାର୍କଣ୍ଡେ ଲେଗ୍ ସ୍ପିନର ହୋପାରି ନଥାଆନ୍ତେ। ପଞ୍ଜାବ ପକ୍ଷରୁ ଅଣ୍ଡର-୧୪ କ୍ରିକେଟ୍‌ ଖେଳୁଥିବା ମୟଙ୍କ ଜଣେ ଦ୍ରୁତ ବୋଲର ଥିଲେ। ତେବେ ତାଙ୍କ କୋଚ୍‌ ମୁନିଷ ବାଲି ହିଁ ମୟଙ୍କଙ୍କୁ ଧୀରେ ବୋଲିଂ କରିବାର ଟ୍ରେନିଂ ଦେଇଥିଲେ। ଏହାପରେ ମୁନିଷ ହିଁ ତାଙ୍କୁ ଦ୍ରୁତ ବୋଲର ହେବାର ସ୍ୱପ୍ନ ଛାଡ଼ି ଦେବାକୁ କହିଥିଲେ।

ଏହାପରେ ମୟଙ୍କ ବନି ଯାଇଥିଲେ ଲେଗ ସ୍ପିନର। ପଞ୍ଜାବ ପକ୍ଷରୁ ଖେଳି ସଫଳତା ହାସଲ କରିବା ପରେ ମୟଙ୍କ ଆଇପିଏଲ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ସ୍ଥାନ ପାଇଥିଲେ। ଏହାପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ସେ ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ତେବେ ପଟିଆଲାରୁ ଭାରତ ପାଇଁ ଖେଳିବାକୁ ଯୋଗ୍ୟ ହେବା ପଛରେ ମୟଙ୍କ ଅନେକ କିଛି କଷ୍ଟ ସହିଛନ୍ତି।

ଗତକାଲି ମୟଙ୍କ ଜାତୀୟ ଟିମ୍‌ରେ ସ୍ଥାନ ପାଇବା ପରେ ପୂରା ହତବାକ ହୋଇଯାଇଥିଲେ। ତାଙ୍କ ପାଖକୁ ୪୨ଟି ଫୋନ୍‌ ଓ ୩ଶହ ମେସେଜ ଆସିଥିଲା। ଇଣ୍ଡିଆ ଏ’ ପକ୍ଷରୁ ଖେଳୁଥିବା ମୟଙ୍କ ଗତକାଲି ୫ ୱିକେଟ୍‌ ନେଇ ଇଂଲଣ୍ଡ ଲାୟନ୍ସକୁ ହରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହାପରେ ହିଁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

୨୧ ବର୍ଷୀୟ ମୟଙ୍କ ଗୋଟିଏ ବର୍ଷ ମଧ୍ୟରେ ଲିଷ୍ଟ ଏ, ଟି-୨୦, ଆଇପିଏଲ୍‌ ଓ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ମୟଙ୍କ ତାଙ୍କ ରିଷ୍ଟ ସ୍ପିନ ମାଧ୍ୟମରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ପଞ୍ଜାବ ପକ୍ଷରୁ ରଣଜୀ ଟ୍ରଫିର ଗତ ସିଜିନ୍‌ରେ ସେ ସର୍ବାଧିକ ୱିକେଟ ଦଖଲକାରୀ ହୋଇଥିଲେ।

ସେ ୬ଟି ମ୍ୟାଚ୍‌ରୁ ୨୯ଟି ୱିକେଟ୍‌ ପାଇଥିଲେ। କିନ୍ତୁ ତାଙ୍କ ଦକ୍ଷତାକୁ ସାରା ଦେଶ ଆଇପିଏଲ୍‌ ସମୟରେ ଦେଖିବାକୁ ପାଇଥିଲା। ୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ୍‌ ଡେବ୍ୟୁରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍‌ ନେଇ ନିଜ ଯାଦୁର ପରିଚୟ ଦେଇଥିଲେ। ଏହି ସିଜିନ୍‌ରେ ମୟଙ୍କ ୧୪ଟି ମ୍ୟାଚ୍‌ରେ ୧୫ଟି ୱିକେଟ୍‌ ନେଇଥିଲେ।

ମୟଙ୍କ କହିଛନ୍ତି, “ ଯଦି ସେଦିନ ମୁଁ ମୁନିଷ ସାରଙ୍କ କଥା ମାନି ନଥାଆନ୍ତି,ତା’ହେଲେ କେବେ ହେଲେ ଏତେ ସଫଳତା ପାଇନଥାଆନ୍ତି। ମୋ ଶରୀରର ଗଠନକୁ ଦେଖି ସେ ଦ୍ରୁତ ନୁହେଁ ରିଷ୍ଟ ସ୍ପିନର ହେବାକୁ କହିଥିଲେ। ସେବେଠାରୁ ମୁଁ ପରିଶ୍ରମ କରି ଆସିଥିଲି। ଆଜି ଏହାର ଫଳ ମିଳିଛି।”



from Odisha Reporter http://bit.ly/2UZhVYt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages