
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କାର ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି। ପ୍ରାୟ ଶହେ ଜଣ ଥିବା ଏହି ଗୋଷ୍ଠୀ ବିଜେପି ପତାକା ଓ ଠେଙ୍ଗା ସହିତ ଆସିଥିଲେ ଏବଂ ନରେଲା ନାମକ ଏକ ସ୍ଥାନରେ କେଜ୍ରିଙ୍କ କାର୍ ଉପରେ ଆକ୍ରମଣ କରିଥିଲେ।
କେଜ୍ରିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ଏଥିରେ କେହି ଆହତ ହୋଇନାହାନ୍ତି। କିନ୍ତୁ କାର୍ର ମିରର୍ ଭାଙ୍ଗିଦିଆଯାଇଛି। ସୁରକ୍ଷାକର୍ମୀଙ୍କ ଯୋଗୁ ଅରବିନ୍ଦ ଘଟଣାସ୍ଥଳରୁ ଖସିଆସିପାରିଥିଲେ। ଦିଲ୍ଲୀ ବାହାରେ ଥିବା ୨୫ଟି କଲୋନିରେ କିଛି ପ୍ରକଳ୍ପର ଉଦ୍ଘାଟନ ପାଇଁ କେଜ୍ରିୱାଲ ଯିବାସମୟରେ ଏହି ଘଟଣା ଘଟିଥିଲା।
ଆପ୍ ପକ୍ଷରୁ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରାଯାଇଥିବାବେଳେ ଦିଲ୍ଲୀ ପୁଲିସ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି କୁହାଯାଇଛି।
from Odisha Reporter http://bit.ly/2RSn6I0
No comments:
Post a Comment