
ଅକଲ୍ୟାଣ୍ଡ: ଅକଲ୍ୟାଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ହାରି ଯାଇଛି। ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳ ହରମନପ୍ରୀତ କୌରଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆକୁ ୪ ୱିକେଟ୍ରେ ପରାସ୍ତ କରି ୩ଟିକିଆ ସିରିଜ୍କୁ ୨-୦ରେ ଆଗୁଆ କବଜା କରିଛି।
ଆଜି ଟିମ୍ ଇଣ୍ଡିଆର ମହିଳା ଦଳ ତା’ର ୧୦୦ତମ ଟି-୨୦ ମ୍ୟାଚ୍ ଖେଳୁଥିଲା। କିନ୍ତୁ ଏହି ଐତିହାସିକ ଦିବସରେ ଦଳ ପରାଜୟ ବରଣ କରିଛି। ମହିଳା ଦଳ କେବଳ ମ୍ୟାଚ୍ ହାରିନାହିଁ, ବରଂ ସିରିଜ୍ ମଧ୍ୟ ହାରିଛି। ତେଣୁ ନିଜର ୧୦୦ତମ ମ୍ୟାଚ୍ଟିକୁ ଦଳ କେବେ ବି ମନେ ରଖିବାକୁ ଚାହିଁବ ନାହିଁ।
ଭାରତୀୟ ମହିଳା ଦଳ ଖେଳିଥିବା ୧୦୦ ଟି-୨୦ ମ୍ୟାଚ୍ରୁ ୫୩ଟିରେ ଜିତିଥିବା ବେଳେ ୪୫ଟିରେ ହାରିଛି। ସେହିପରି ୨ଟି ମ୍ୟାଚ୍ର ଫଳାଫଳ ବାହାରିପାରି ନଥିଲା।
from Odisha Reporter http://bit.ly/2teNd1U
No comments:
Post a Comment