
ଅନୁଗୋଳ(ବିରଜା ପ୍ରସାଦ ଦାଶ): ପୁଣି ଏକ କଲାରାପତରିଆ ବାଘର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲରୁ ବାଘର ମୃତଦେହ ଠାବ କରିଛି ବନ ବିଭାଗ। ମୃତ ବାଘର ବୟସ ୪ରୁ ୫ ବର୍ଷ ହେବ। ଘଟଣାସ୍ଥଳରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ କେମିତି ବାଘର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫ୍ଓ ଭି. କାର୍ତ୍ତିକ କହିଛନ୍ତି।
କିଛି ମାସ ତଳେ ସାତକୋଶିଆ ଅଭୟାରଣ୍ୟରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘ମହାବୀର’ର ମୃତ୍ୟୁ ହୋଇଥିଲା। ଅନ୍ୟପଟେ କିଛି ଦିନ ହେବ ପାଲଲହଡ଼ାରେ ଏକ କଲରାପତରିଆର ଅସ୍ୱାଭିକ ମୃତ୍ୟୁ ହୋଇଛି। ରାଜ୍ୟରେ ବାରମ୍ବାର ବାଘ ମୃତ୍ୟୁ ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
from Odisha Reporter http://bit.ly/2BtMwpJ
No comments:
Post a Comment