ଟେଷ୍ଟ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡକୁ ଶ୍ରେଷ୍ଠ ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଟେଷ୍ଟ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡକୁ ଶ୍ରେଷ୍ଠ ସ୍ଥାନ

ଦୁବାଇ: ଶ୍ରୀଲଙ୍କା ନିକଟରୁ ଘରୋଇ ମାଟିରେ ୦-୨ରେ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ରାଙ୍କିଙ୍ଗରେ ବହୁତ କ୍ଷତି ହୋଇଛି। ଏହାର ଫାଇଦା ନ୍ୟୁଜିଲ୍ୟାଣ୍ଡକୁ ମିଳିଛି। ଟେଷ୍ଟ ସିରିଜ୍ ହାରିବା ପରେ ଦକ୍ଷିଣ ଆଫ୍ରିକା ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟ ରାଙ୍କିଙ୍ଗରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଛି। ଫଳସ୍ୱରୂପ ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛି, ଯାହା ଦଳର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ। ଦକ୍ଷିଣ ଆଫ୍ରିକାକୁ ତା’ ନିଜ ମାଟିରେ ହରାଇ ଇତିହାସ ରଚିଥିବା ଶ୍ରୀଲଙ୍କାକୁ ରାଙ୍କିଙ୍ଗରେ କୌଣସି ଫାଇଦା ହୋଇନାହିଁ। ଶ୍ରୀଲଙ୍କା ପୂର୍ବପରି ଷଷ୍ଠ ସ୍ଥାନରେ ସ୍ଥିର ରହିଛି। ସିରିଜ୍ ଜିତିବା ପରେ ଶ୍ରୀଲଙ୍କାକୁ ମାତ୍ର ୪ ପଏଣ୍ଟର ଫାଇଦା ହୋଇଛି। ଭାରତ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ମଜଭୁତ୍ ରହିଛି। ସେହିପରି ଅଷ୍ଟ୍ରେଲିଆ ଚତୁର୍ଥ ଓ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି। ବ୍ୟାଟ୍ସମ୍ୟାନ୍‌ ରାଙ୍କିଙ୍ଗରେ ଶ୍ରୀଲଙ୍କାର କୁଶାଲ ମେଣ୍ଡିସ୍ ଏବଂ ଓସାଡା ଫର୍ଣ୍ଣାଣ୍ଡୋଙ୍କୁ ଫାଇଦା ହୋଇଛି। କୁଶାଲ ୧୮ତମ ଓ ଫର୍ଣ୍ଣାଣ୍ଡୋ ୬୫ତମ ସ୍ଥାନକୁ ଉଠିଛନ୍ତି।



from Odisha Reporter https://ift.tt/2Evpe4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages