
ଆଲିଗଡ଼: ଛାତ୍ର ଅଶାନ୍ତିକୁ ନେଇ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ବିବାଦୀୟ ଏଆଇଏମ୍ଆଇଏମ୍ ବିଧାୟକ ଅସାଦୁଦ୍ଦୀନ୍ ଓୱେସି ଏହି ବିଶ୍ୱବିଦ୍ୟାଳୟ ଆସିବା ଖବର ସଂଗ୍ରହ କରିବାକୁ ଆସିଥିବା ଏକ ଟିଭି ଚାନେଲର କର୍ମଚାରୀଙ୍କ କିଛି ଛାତ୍ର ସହିତ ହାତାହାତି ହେବାପରେ ଏଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଏହି ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ସଭାପତିଙ୍କ ସମେତ ୧୨ ଜଣଙ୍କ ନାମରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରାଯାଇଛି। ଜଣେ ଏବିଭିପି ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଏହାକୁ ବିରୋଧ କରି ଛାତ୍ରସଂସଦ ସଭାପତିଙ୍କ ଗୋଷ୍ଠୀର ଛାତ୍ରଛାତ୍ରୀମାନେ କ୍ଲାସ୍ ବୟକଟ୍ କରିଥିବା ଜଣାଯାଇଛି।
କୌଣସି ଆଇନ ଶୃଙ୍ଖଳ ପରିସ୍ଥିତି ଆଶଙ୍କା ରହିଥିବାରୁ ବିଶ୍ୱବିଦ୍ୟାଳୟକୁ ଯାଇଥିବା ମୁଖ୍ୟ ରାସ୍ତା ପୁଲିସ୍ ବନ୍ଦ କରିଦେଇଛି। ଅନ୍ୟପକ୍ଷରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବାର ସମ୍ଭାବନା ରହିଛି।
ବିଭିନ୍ନ ଉପାୟରେ ବିରୋଧ ସହିତ ଜଣେ ଏବିଭିପି ସଦସ୍ୟଙ୍କ ଗାଡ଼ି ପୋଡ଼ି ଦିଆଯିବା ପରେ ଏହି ପୂରାତନ ଶିକ୍ଷାନୁଷ୍ଠାନ ଚାରିପାଖରେ ରାପିଡ୍ ଆକ୍ସନ୍ ଫୋର୍ସ ମୂତୟନ କରାଯାଇଛି। ପ୍ରକୃତରେ ଏହା ଓୱେସିଙ୍କ ଗସ୍ତକୁ ନେଇ ହୋଇଛି କି ନା ସ୍ପଷ୍ଟ ହୋଇନି।
ମଙ୍ଗଳବାର ଓୱେସିଙ୍କ ଗସ୍ତର ଲାଇଭ କଭରେଜ୍ ପାଇଁ ଏକ ଟିଭି ଚାନେଲର ଅନୁମତି ନଥିବା ଦର୍ଶାଇ କିଛି ଛାତ୍ରଙ୍କ ସହିତ ବଚସା ହୋଇଥିଲା। ଏପରିକି ଏହି ଛାତ୍ରଗୋଷ୍ଠୀ କ୍ୟାମେରା ଭାଙ୍ଗିବା ସହିତ ଗଣମାଧ୍ୟମ କର୍ମଚାରୀଙ୍କୁ ଟଣାଓଟରା କରିଥିଲେ। ସେହିଦିନ ଓୱେସିଙ୍କ ଗସ୍ତକୁ ବିରୋଧ କରି କିଛି ଏବିଭିପି ସଦସ୍ୟ ଧାରଣା ଦେଇଥିଲେ। ବିଶ୍ୱବିଦ୍ୟାଳୟର ଏକ ଛାତ୍ରଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିଥିବା ସେମାନେ ଅଭିଯୋଗ ଆଣିଥିଲେ।
ଏବିଭିପି ସଦସ୍ୟ ମୁକେଶ ଲୋଧିଙ୍କ ଅଭିଯୋଗ ଭିତ୍ତିରେ ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ସଭାପତି ସଲମାନ୍ ଇମ୍ତିଆଜ୍ ଏବଂ ଉପସଭାପତି ହୁଜୈଫା ଆମୀରଙ୍କ ସେମତ ୧୨ ଜଣଙ୍କ ନାମରେ ରାଷ୍ଟ୍ରଦ୍ରୋହ ଏବଂ ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ ହୋଇଛି।
from Odisha Reporter http://bit.ly/2GBjMip
No comments:
Post a Comment