ଆଇପିଏଲ୍‌ ପୂର୍ବରୁ ଖେଳାଳିଙ୍କୁ ବିରାଟ୍‌ଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଆଇପିଏଲ୍‌ ପୂର୍ବରୁ ଖେଳାଳିଙ୍କୁ ବିରାଟ୍‌ଙ୍କ ପରାମର୍ଶ

ବିଶାଖାପଟନମ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଶନିବାର ବିଶ୍ୱକପ୍‌ ଦଳରେ ସାମିଲ ହେବାକୁ ଥିବା ସମ୍ଭାବ୍ୟ ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ପରାମର୍ଶ ଦେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ସମସ୍ତେ ଆଇପିଏଲ୍‌ ଖେଳିବେ। ତେଣୁ ଆଇପିଏଲ୍‌ ସମୟରେ କେହି ବି କୌଣସି ଖରାପ ଅଭ୍ୟାସ୍‌(ଟେକ୍ନିକାଲ)କୁ ଆପଣନ୍ତୁ ନାହିଁ। ଏଥିସହ ଆବଶ୍ୟକ ନଥିଲେ ଅଧିକ ମ୍ୟାଚ୍‌ ନ ଖେଳିବାକୁ ମଧ୍ୟ ସେ ଖେଳାଳିଙ୍କୁ କହିଛନ୍ତି।

ବିଶ୍ୱକପ୍‌ ପାଇଁ ବିରାଟ୍‌ ଦଳକୁ ଏବେଠାରୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ମାର୍ଚ୍ଚ ୨୩ରୁ ଆଇପିଏଲ୍‌ ଆରମ୍ଭ ହେବ। ଏହା ଟି-୨୦ ଫର୍ମାଟ। ତେଣୁ ଖେଳାଳିମାନେ ଟି-୨୦ ଫର୍ମାଟ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଉଦ୍ୟମ କରିବେ। ଆଇପିଏଲ୍‌ ପରେ ପରେ ଦିନିକିଆ ବିଶ୍ୱକପ୍‌। ତେଣୁ ଟି-୨୦ ଫର୍ମାଟରୁ ବାହାରି ସଙ୍ଗେସଙ୍ଗେ ୫୦ ଓଭର୍‌ ଫର୍ମାଟରେ ମ୍ୟାଚ୍‌ ଖେଳିବା ସହଜ ନୁହେଁ। ତେଣୁ ବିରାଟ୍‌ ଏହାକୁ ଦୃଷ୍ଟିରେ ରଖି ଏଭଳି କଥା କହିଛନ୍ତି।

ବିରାଟ୍‌ କହିଛନ୍ତି, “ଖେଳାଳିମାନେ ଆଇପିଏଲ୍‌ରେ ଯେମିତି ଦିନିକିଆ କ୍ରିକେଟ୍‌ ଫର୍ମାଟର ଶୈଳୀକୁ ଭୁଲି ନ ଯିବେ, ସେ ଦିଗରେ ଦୃଷ୍ଟି ଦେବା ଦରକାର। ଏହାର ଅର୍ଥ ଆଇପିଏଲ୍‌ ସମୟରେ ଟି-୨୦ ଫର୍ମାଟରେ ଆପଣା ଯାଉଥିବା ଖରାପ ଅଭ୍ୟାସକୁ ଯେମିତି କେହି ଗ୍ରହଣ କରିବେ ନାହିଁ।

ଆଇପିଏଲ୍‌ ସମୟରେ ଖେଳାଳିମାନେ ଏକଥାକୁ ମନେ ରଖିବା ସହ ତଦ୍‌ନୁସାରେ ଖେଳିବା ଦରକାର। ଯଦି ଆମେ ଟି-୨୦ ଶୈଳୀକୁ ଆପଣାଇବା ସହ ନେଟସରେ ସେହି ଅନୁସାରେ ପ୍ରାଟିସ୍‌ କରିବା, ତା’ହେଲେ ଫର୍ମ ହରାଇବାର ଭୟ ରହିବ।

ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଫର୍ମ ଫେରି ପାଇବା ସହଜ ହେବନି। ତେଣୁ ଆଇପିଏଲ୍‌ ସମୟରେ କୌଣସି ଖେଳାଳି କିଛି ନୂଆ ଶଟ୍‌ ଉଦ୍ଭାବନ ପାଇଁ ଚେଷ୍ଟା କରିବା ଠିକ୍‌ ନୁହେଁ। ସେହିପରି ଆଇପିଏଲ୍‌ରେ ଯଦି କୌଣସି ଖେଳାଳିଙ୍କ ଟିମ୍‌ର ସ୍ଥିତି ଭଲ ରହିଛି, ତା’ହେଲେ ବଡ଼ ଖେଳାଳିମାନେ ୨ରୁ ୩ଟି ମ୍ୟାଚ୍‌ ପାଇଁ ବିଶ୍ରାମ ନେବା ଦରକାର।”



from Odisha Reporter https://ift.tt/2BOw4R0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages