ୟୁଥ ଟେଷ୍ଟ ସିରିଜ୍ ପୋଛିନେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ୟୁଥ ଟେଷ୍ଟ ସିରିଜ୍ ପୋଛିନେଲା ଭାରତ

ଥିରୁଅନନ୍ତପୁରମ୍: ରେକ୍ସ ସିଂହ ଓ ଅଂଶୁଲ କାମ୍ବୋଜଙ୍କ ସଫଳ ବୋଲିଂ ବଳରେ ଭାରତୀୟ ଅଣ୍ଡର-୧୯ ଟିମ୍ ଦ୍ୱିତୀୟ ୟୁଥ୍ ଟେଷ୍ଟରେ ସାଉଥ୍ ଆଫ୍ରିକାକୁ ଇନିଂସ୍ ଓ ୧୫୮ ରନରେ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନସ୍ୱିପ୍ କରିନେଇଛି ।

ସାଉଥ୍ ଆଫ୍ରିକା ପ୍ରଥମ ଇନିଂସରେ ୧୫୨ ରନ୍ କରିଥିବା ବେଳେ ମ୍ୟାନ ଅଫ୍ ଦି ମ୍ୟାଚ୍ ଯଶସ୍ୱୀ ଜୈସୱାଲ (୧୭୩) ଓ ବୈଭବ କାନ୍ଦପାଲ (୧୨୦)ଙ୍କ ଶତକ ବଳରେ ଭାରତ ୩୯୫ ରନ୍ କରି ୧୪୩ ରନର ଅଗ୍ରଣୀ ହାସଲ କରିଥିଲା । ସାଉଥ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୮୫ ରନରେ ଅଲ୍ ଆଉଟ୍ ହୋଇଥିଲା ।

ଗୁରୁବାର ସାଉଥ୍ ଆଫ୍ରିକା ୨ ୱିକେଟରେ ୫୦ ରନରୁ ଖେଳ ଆରମ୍ଭ କରିଥିଲା ଏବଂ ୨୫ ଓଭରରେ ୩୫ ରନ୍ ଭିତରେ ବାକି ୮ ୱିକେଟ୍ ହରାଇ ବସିଥିଲା । ଆଣ୍ଡିଲେ ମୋକଗାକାନେ (୧୫) ପ୍ରଥମ ଖେଳାଳି ଭାବେ ଆଜି ଆଉଟ୍ ହୋଇଥିଲେ । ଅଧିନାୟକ ମାଥ୍ୟୁ ମଣ୍ଟଗୋମେରି (୩୬) ଆଉ ଦୁଇ ରନ୍ ଯୋଡ଼ି ପ୍ୟାଭିଲିୟନ୍ ଫେରିଥିଲେ । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ରେକ୍ସ ୪ଟି ଓ କାମ୍ବୋଜ ୩ଟି ୱିକେଟ୍ ନେଇଥିଲେ ।



from Odisha Reporter https://ift.tt/2NBaoMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages