୨ରେ ମେଣ୍ଟ ଓ ଆସନ ବୁଝାମଣା ପାଇଁ ବାମଦଳ-କଂଗ୍ରେସ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

୨ରେ ମେଣ୍ଟ ଓ ଆସନ ବୁଝାମଣା ପାଇଁ ବାମଦଳ-କଂଗ୍ରେସ ଆଲୋଚନା

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆସନ୍ତା ୨ତାରିଖରେ ସମଭାବାପନ୍ନ ଦଳଗୁଡ଼ିକ ସହ ମେଣ୍ଟ ପ୍ରସଙ୍ଗରେ ଚୂଡ଼ାନ୍ତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସିପିଆଇ, ସିପିଏମ୍ ଓ ଜେଏମଏମର ରାଜ୍ୟ କର୍ମକର୍ତ୍ତାଙ୍କ ସହ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାଙ୍କ ବୈଠକ ହେବ ଓ ଏଥିରେ ଆସନ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ସୂଚନା ମିଳିଛି। ଆସନ ବୁଝାମଣାକୁ ନେଇ ଏହି ୩ ଦଳ ସହ କଂଗ୍ରେସ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ଆସନ୍ତା ୨ ତାରିଖ(ଶନିବାର) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଆଲୋଚନା ହେବ। ଏହାପରେ ମାର୍ଚ୍ଚ ୬ତାରିଖ ସୁଦ୍ଧା ପିସିସି ନିର୍ବାଚନ କମିଟି ବୈଠକରେ ଏହି ଆସନ ବୁଝାମଣାକୁ ଅନୁମୋଦନ କରାଇ ଏଆଇସିସି ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିପିଆଇ, ସିପିଏମ ଓ ଜେଏମଏମ ସହ ନିର୍ବାଚନୀ ମେଣ୍ଟ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଥିଲା। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଇତିମଧ୍ୟରେ ୩ରୁ ୪ଥର ଏହି ସହଯୋଗୀ ଦଳଗୁଡ଼ିକର ବରିଷ୍ଠ ନେତାଙ୍କ ସହ ମେଣ୍ଟ ପ୍ରସଙ୍ଗରେ ବିଚାରବିମର୍ଶ କରିସାରିଛନ୍ତି। ଆସନ୍ତା ୨ତାରିଖରେ ପିସିସି ସଭାପତି ଓ ଉକ୍ତ ୩ଦଳର ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ହେବ।

କଂଗ୍ରେସ ଏହି ସହଯୋଗୀ ଦଳଗୁଡ଼ିକ ପାଇଁ ୩ଟି ଲୋକସଭା ଓ ୮ରୁ ୧୦ଟି ବିଧାନସଭା ଆସନ ଛାଡ଼ିବା ଉପରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛି। ଯଦିଓ ଏହି ୩ ଦଳ ପକ୍ଷରୁ ୩ଟି ଲୋକସଭା ଓ ୨୧ଟି ବିଧାନସଭା ଆସନ ପାଇଁ ଦାବି କରାଯାଇଥିଲା। ମାତ୍ର କଂଗ୍ରେସ ଏବେ ଭୁବନେଶ୍ୱର, ଆସିକା ଓ ମୟୂରଭଞ୍ଜ ଲୋକସଭା ଆସନକୁ ଛାଡ଼ିବା ସପକ୍ଷରେ ଥିବାବେଳେ ଦଳର ବରିଷ୍ଠ ନେତା ଶ୍ୟାମସୁନ୍ଦର ହାଂସଦାଙ୍କ ଆଭିମୁଖ୍ୟ ଉପରେ ମୟୂରଭଞ୍ଜ ଆସନର ଭାଗ୍ୟ ନିର୍ଭର କରୁଛି। ଅବଶ୍ୟ ଏହି ୩ଦଳକୁ ଗୋଟିଏ ଲେଖାଏ ଲୋକସଭା ଆସନ ଛାଡ଼ିଦେଇ କଂଗ୍ରେସ ଅଧିକ ସଂଖ୍ୟକ ବିଧାନସଭା ସିଟ୍ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ଚାହୁଁଛି।

ବୌଦ, ବାଲିକୁଦା, ଛତ୍ରପୁର, ବଣାଇ, ଚିତ୍ରକୋଣ୍ଡା, ରେମୁଣା, ଉଦଳା, ବଡ଼ସାହି, ସାରସକଣା ବିଧାନସଭା ଆସନକୁ ମେଣ୍ଟ ସହଯୋଗୀଙ୍କୁ ଛାଡ଼ିବା ଉପରେ କଂଗ୍ରେସ ଆପାତତଃ ସହମତି ଜଣାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତେବେ ୨ତାରିଖ ବୈଠକ ପରେ ବାସ୍ତବ ଚିତ୍ର ସ୍ପଷ୍ଟ ହେବ। କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ସ୍କ୍ରିନିଂ କମିଟି ବୈଠକ ଶେଷ କରିଥିବାବେଳେ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ। ତେଣୁ ସହଯୋଗୀଙ୍କ ସହ ଶେଷ ରାଉଣ୍ଡ ଆଲୋଚନା କରିବା ପାଇଁ କଂଗ୍ରେସ ସମୟ ଧାର୍ଯ୍ୟ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2GQGi7E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages