ମକ୍ରାନ୍ କପ ବକ୍ସିଂରେ ଦୀପକଙ୍କ ଗୋଲ୍ଡେନ୍ ପଞ୍ଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ମକ୍ରାନ୍ କପ ବକ୍ସିଂରେ ଦୀପକଙ୍କ ଗୋଲ୍ଡେନ୍ ପଞ୍ଚ୍

ନୂଆଦିଲ୍ଲୀ: ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ଇରାନର ଚାବାହାରଠାରେ ଅନୁଷ୍ଠିତ ମକ୍ରାନ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ବାକି ପାଞ୍ଚଜଣ ଭାରତୀୟ ବକ୍ସର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଦୀପକ ଫାଇନାଲରେ ଜାଫର ନସିରିଙ୍କୁ ହରାଇଥିଲେ । ଭାରତର ଅନ୍ୟ ପାଞ୍ଚଜଣ ବକ୍ସରଙ୍କୁ ଫାଇନାଲରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପି ଲଲିତା ପ୍ରସାଦ (୫୨ କେଜି), ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମନିଷ କୌଶିକ (୬୦ କେଜି), ଦୁର୍ଯ୍ୟୋଧନ ସିଂହ ନେଗି (୬୯ କେଜି), ସଞ୍ଜିତ (୯୧ କେଜି) ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ସତୀଶ କୁମାର (+୯୧ କେଜି) ରୌପ୍ୟ ପଦକ ହାସଲ କରିଛନ୍ତି । ଜାତୀୟ ଚାମ୍ପିଅନ୍ ମନିଷ ଫାଇନାଲରେ ଦାନିଆଲ ଶାହ ବକ୍ସଙ୍କଠାରୁ ହାରିଥିବା ବେଳେ ସତୀଶ ମହମ୍ମଦ ମିଲାସଙ୍କଠାରୁ, ଗତବର୍ଷ ଇଣ୍ଡିଆ ଓପନ୍ ସ୍ୱର୍ଣ୍ଣ ବିଜେତା ସଞ୍ଜିତ ଏଲଡିନଙ୍କଠାରୁ, ପ୍ରସାଦ ଓମିଦ୍ ସାଫା ଅହମ୍ମଦିଙ୍କଠାରୁ ଏବଂ ଦୁର୍ଯ୍ୟୋଧନ ସଜ୍ଜାଦ ଜାଦେ କେଜିମଙ୍କଠାରୁ ହାରିଥିଲେ ।



from Odisha Reporter https://ift.tt/2ElkqxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages