
ଇସ୍ଲାମାବାଦ୍: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୁହଁଟାଣ ପରେ ଏବେ ଉତ୍ତର ରଖିଛି ପାକିସ୍ତାନ ସେନା। ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଥିବା ନେଇ ଅସ୍ୱୀକାର କରିଥିବାବେଳେ ପାକିସ୍ତାନ ସାଙ୍ଗରେ ଲାଗନି ବୋଲି ଏହି ଦେଶର ସେନା ପକ୍ଷରୁ କୁହାଯାଇଛି।
ତେବେ ପାକ୍ ସେନା ଭାରତକୁ ଧମକାଇଛି ଯେ, ଭାରତ ପଟୁ ଯେକୌଣସି ଆକ୍ରମଣ ଆସିଲେ ପାକିସ୍ତାନ ଏହାର ଜବାବ ଦେବାପାଇଁ ପ୍ରସ୍ତୁତ ଥିବା ସେମାନେ କହିଛନ୍ତି। ପାକିସ୍ତାନ ସେନାବାହିନୀର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଆମ ସାଙ୍ଗରେ ଲାଗ ନାହିଁ। ଆମ ସାଙ୍ଗରେ ଲାଗିଲେ ଆମ ପ୍ରତିଆକ୍ରମଣ ଭାରତକୁ ଚମକାଇଦେବ।”
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୪ରେ ଜମ୍ମୁକଶ୍ମୀରର ପୁଲ୍ୱାମାଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ୍-ଇ-ମହମ୍ମଦ ଏହି ଆକ୍ରମଣ କରିଥିବା ସ୍ୱୀକାର କରିବାପରେ ପାକିସ୍ତାନ ବିରୋଧରେ ସମଗ୍ର ଭାରତରେ ସ୍ୱର ଉତ୍ତୋଳନ କରାଯାଉଛି। କେତେକ ବ୍ୟକ୍ତି ଯୁଦ୍ଧ ହେଉ ବୋଲି ମଧ୍ୟ ଦାବି କରିଆସୁଛନ୍ତି।
from Odisha Reporter https://ift.tt/2EqFF2x
No comments:
Post a Comment