ଉଜ୍ଜ୍ଵଳା ଯୋଜନା ଇତିହାସ ରଚିପାରିଛି:ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଉଜ୍ଜ୍ଵଳା ଯୋଜନା ଇତିହାସ ରଚିପାରିଛି:ଧର୍ମେନ୍ଦ୍ର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଆଜି ସୁଦ୍ଧା ୬ କୋଟି ୨୩ ଲକ୍ଷ ହିତାଧିକାରୀ ଯୋଡ଼ିହେଲେଣି। ପ୍ରତିଦିନ ଉଜ୍ଜ୍ଵଳା ହିତାଧିକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାକୁ ଲାଗିଛି। ଏହି ଯୋଜନା ଏବେ ଇତିହାସ ରଚିପାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀଠାରେ ସର୍ବଭାରତୀୟ ଜିଲ୍ଲା ନୋଡାଲ ଅଫିସରଙ୍କୁ ନେଇ ଆୟୋଜିତ ଉଜ୍ଜ୍ଵଳା ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତବର୍ଷରେ ୮୦ ପ୍ରତିଶତ ଉଜ୍ଜ୍ଵଳା ହିତାଧିକାରୀ ହାରାହାରି ୪ ଥର ରିଫିଲିଂ କରିଛନ୍ତି। ଏହି ସଂଖ୍ୟା ୧୦୦ ପ୍ରତିଶତରେ ପହଞ୍ଚିଲେ, ତାଙ୍କର ସରକାରଙ୍କୁ ସନ୍ତୁଷ୍ଟି ମିଳିବ। ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଆରମ୍ଭ ହେବା ପରେ ସମସ୍ତେ ଆମକୁ ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ସମସ୍ତ ଚ୍ୟାଲେଞ୍ଜ ଓ ଘାତ ପ୍ରତିଘାତକୁ ସାମ୍ନା କରି ଆଜିର ଦିନରେ ଏକ ବଡ଼ ଉଜ୍ଜ୍ଵଳା ପରିବାର ସୃଷ୍ଟି ହୋଇପାରିଛି। ଆଗାମୀ ଦିନରେ ୮ କୋଟି ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ନେଇ ଯୋଜନା ରହିଛି।”

ସେ ଆହୁରି କହିଛନ୍ତି-“ଉଜ୍ଜ୍ଵଳା ଯୋଜନାକୁ ଏକ କେସ୍‌ଷ୍ଟଡି ମାଧ୍ୟମରେ ବଡ଼ ପୁସ୍ତକ ଭାବେ ରଚିତ କରାଯାଉ। ଏଲ୍‌ପିଜି ପଞ୍ଚାୟତରେ କେବଳ ମହିଳା ନୁହେଁ, ଦରକାର ପଡ଼ିଲେ ପୁରୁଷଙ୍କୁ ବି ସାମିଲ କରାଯାଉ। ଗ୍ରାହକଙ୍କୁ କେବଳ ୧୪ କିଲୋର ଏଲ୍‌ପିଜି ନେବାର ଆବଶ୍ୟକତା ନାହିଁ। ତାଙ୍କ ଆବଶ୍ୟକ ମୁତାବକ ସେମାନେ ଏଲ୍‌ପିଜି କିଣିପାରିବେ। ଏ ଦିଗରେ କାମ କରିବାର ଅଛି।”

ଶ୍ରୀ ପ୍ରଧାନ କହିଛନ୍ତି-“ବିଗତ ୫ ବର୍ଷରେ ଦେଶରେ ଏଲ୍‌ପିଜି ପ୍ରସଙ୍ଗ ନିରନ୍ତର ଭାବେ ଚର୍ଚ୍ଚାରେ ରହିଆସିଛି। ବଡ଼ ରାଜ୍ୟଠାରୁ ଆରମ୍ଭ କରି ଛୋଟ ରାଜ୍ୟରେ ମଧ୍ୟ ଆଜିର ଯୁଗରେ ଏଲ୍‌ପିଜି
ପହଁଚିପାରିଛି। ତ୍ରିପୁରା ଭଳି ଛୋଟ ରାଜ୍ୟରେ ୨୫ ହଜାର ସଂଯୋଗ ଦିଆଯାଇ ପାରିଛି। ଅନନ୍ତନାଗ ଭଳି
ଜିଲ୍ଲାରେ ଶତପ୍ରତିଶତ ଏଲପିଜି ପହଞ୍ଚି ପାରିଛି। ଏହା ହେଉଛି ଦେଶ ବଦଳେଇବାର ଉଦାହରଣ। ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା କେବଳ ୬ କୋଟି ପରିବାରରେ ପହଞ୍ଚିନାହିଁ। ଲାଭାର୍ଥୀମାନେ କହୁଛନ୍ତି, ପ୍ରଧାନମନ୍ତ୍ରୀ ଆମମାନଙ୍କ ଘରେ ଏଲ୍‌ପିଜି ଲଗାଇ ଆମକୁ ସମୟ ଭଳି ଅମୂଲ୍ୟ ଜିନିଷ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଫଳରେ ମହିଳା ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସିଛି।”



from Odisha Reporter http://bit.ly/2RH0x8Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages