ବ୍ୟାଟ୍‌ମ୍ୟାନ୍‌ ହେବେ ନିକ୍‌ ଜୋନସ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ବ୍ୟାଟ୍‌ମ୍ୟାନ୍‌ ହେବେ ନିକ୍‌ ଜୋନସ୍‌ !

ୱାଶିଂଟନ୍‌: ହଲିଉଡ୍‌ ଫିଲ୍ମ ‘ବ୍ୟାଟ୍‌ମ୍ୟାନ୍‌’ର ଆଗାମୀ ଫିଲ୍ମରେ ହଲିଉଡ୍‌ ଅଭିନେତା ବେନ୍‌ ଆଫ୍‌ଲେକ୍‌ ଅଭିନୟ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ‘ବ୍ୟାଟ୍‌ମ୍ୟାନ୍‌’ର ସମସ୍ତ ଫିଲ୍ମରେ ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ବେନ୍‌ ଆଫ୍‌ଲେକ୍‌ ଅଭିନୟ କରି ଆସିଛନ୍ତି। ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତା ନୂଆ ବ୍ୟାଟ୍‌ମ୍ୟାନ୍‌ଙ୍କ ସନ୍ଧାନରେ ଅଛନ୍ତି।

୨୦୨୧ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ବ୍ୟାଟ୍‌ମ୍ୟାନ୍‌’ର ନିର୍ଦ୍ଦେଶକ ହେଉଛନ୍ତି ମେଟ୍‌ ରିଭସ୍‌। ତେବେ ଏହି ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ଅଭିନୟ କରିବା ପାଇଁ ହଲିଉଡ୍‌ର ଅନେକ ଅଭିନେତାଙ୍କ ସହ ଯୋଗାଯୋଗ କରାଯାଉଛି।

ଏଣେ ଏହି ‘ବ୍ୟାଟ୍‌ମ୍ୟାନ୍’ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ୍‌ ଇଚ୍ଛାପ୍ରକାଶ କରିଥିବା ଶୁଣିବାକୁ ମିଳୁଛି।
ନିକଟରେ ସୋଶାଲ ମିଡିଆରେ ଏକ ଇଣ୍ଟରନ୍ୟାସନାଲ୍‌ ପବ୍ଲିକେସନ୍‌ ପୋଷ୍ଟ ଜରିଆରେ ଲୋକମାନଙ୍କୁ ପଚରା ଯାଇଥିଲା ଯେ, “ଆପଣଙ୍କୁ କ’ଣ ଲାଗୁଛି, ‘ବ୍ୟାଟ୍‌ମ୍ୟାନ୍‌’ ଚରିତ୍ରରେ କିଏ ଅଭିନୟ କରିବା ଉଚିତ୍‌।”

ଏହି ପୋଷ୍ଟରେ ନିକ ଜୋନସ୍‌ ରିପ୍ଲାଏ ଦେଇଛନ୍ତି, “ପ୍ରଥମ ନାମ ନିକ୍‌ ଓ ଦ୍ୱିତୀୟ ନାମ ଜୋନସ୍‌।”

ନିକ୍‌ ଜୋନସ୍‌ ଏହି କମେଣ୍ଟ୍‌ ପରେ ଦେଖୁ ଦେଖୁ ଏହି ପୋଷ୍ଟଟି ଭାଇରାଲ୍‌ ହୋଇଥିଲା। ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବା ପରେ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି। ତେବେ ‘ବ୍ୟାଟ୍‌ମ୍ୟାନ୍’ ଫିଲ୍ମରେ ‘ଜୋକର୍‌’ ଚରିତ୍ରରେ ଅଭିନୟ କରୁଥିବା ଆକ୍ଟର୍ ହିଥ୍‌ ଲେଜର୍‌ ତାଙ୍କ ଚରିତ୍ରରେ ଏତେ ଡୁବି ଯାଇଥିଲେ ଯେ, ପରେ ସେ ଆତ୍ମହତ୍ୟା କରିଥିଲେ। ଏହି ଚରିତ୍ର ପାଇଁ ତାଙ୍କୁ ଓସ୍କାର୍‌ରେ ସମ୍ମାନୀତ କରାଯାଇଥିଲା।

 



from Odisha Reporter http://bit.ly/2SCwdAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages