ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକାରେ ଡଜନେ ନୂଆମୁହଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକାରେ ଡଜନେ ନୂଆମୁହଁ !

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଘୋଷଣାକୁ ଆଉ ମାତ୍ର ପ୍ରାୟ ଏକ ମାସ ବାକି ଥିବାବେଳେ ବିଜେଡି ନିଜର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଛି। ଦଳ ଏଥର ନିର୍ବାଚନରେ ୬-୭ଟି ଆସନକୁ ଛାଡ଼ିଦେଲେ ଅନ୍ୟ ସବୁଠି ନିଜର ପ୍ରାର୍ଥୀ ପରିବର୍ତ୍ତନ କରିବ ବୋଲି ଜଣାପଡ଼ିଛି। ଜାତୀୟସ୍ତରରେ ହେଉଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଲୋକସଭା ନିର୍ବାଚନରେ ବିଜେଡିକୁ ଶକ୍ତ ଧକ୍କା ଲାଗିବାର ଆକଳନ କରାଯାଉଥିବାରୁ ଦଳ ଯଥେଷ୍ଟ ପୂର୍ବରୁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସଜବାଜ ହେଉଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ଲୋକସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦଳ ୨୧ଟି ଲୋକସଭା ଆସନ ମଧ୍ୟରୁ ପ୍ରାୟ ଏକ ଡଜନରୁ ଅଧିକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ପୁରୀ, ବଲାଙ୍ଗିର, ଢେଙ୍କାନାଳ, ବାଲେଶ୍ୱର କଟକ, କୋରାପୁଟ, କନ୍ଧମାଳ ଓ କେନ୍ଦୁଝରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀରେ ଦଳ ନୂଆ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ର ଅନୁସାରେ, ଏବେ ଚୂଡ଼ାନ୍ତ ହୋଇଥିବା ସମ୍ଭାବ୍ୟ ତାଲିକା ଖୁବଶୀଘ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିବ। ଦଳ ପକ୍ଷରୁ ସର୍ଭେ କାର୍ଯ୍ୟ କରାଇଥିବା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଓ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଉପସ୍ଥିତିରେ ଦଳର ସଭାପତି ଶ୍ରୀ ପଟ୍ଟନାୟକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ମୋହର ଲଗାଇବେ।

ସୂଚନା ଅନୁସାରେ ଯେଉଁ ସବୁ ଲୋକସଭା ଆସନରେ ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ସେଗୁଡ଼ିକ ମଧ୍ୟରେ ୩-୪ଟି ସିଟକୁ ଛାଡ଼ିଲେ ବାକି ସବୁଠୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି। ସମ୍ବଲପୁର ଲୋକସଭା ଆସନ ପାଇଁ ପୂର୍ତ୍ତ ସଚିବ ଥିବା ନଳିନୀକାନ୍ତ ପ୍ରଧାନ, ବରଗଡ଼ ଆସନରେ କିଶୋର ମହାନ୍ତି, ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁ, ଆସିକାରେ ଲତିକା ପ୍ରଧାନ, ମୟୂରଭଞ୍ଜରେ ଡାକ୍ତର ଦେବାଶୀଷ ମାର୍ଣ୍ଡି, ଭୁବନେଶ୍ୱରରେ ଅରୂପ ପଟ୍ଟନାୟକ, ନବରଙ୍ଗପୁରରେ ଦୁଷ୍ମନ୍ତ ନାଏକ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେତ୍ତ୍ୱଓ କିମ୍ବା ସୁଜିତ୍ କୁମାର ଓ ସୁନ୍ଦରଗଡ଼ରେ ଦିଲ୍ଲୀପ ତିର୍କୀଙ୍କୁ ଦଳ ପ୍ରାର୍ଥୀ କରିବ।

ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆସନରେ ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ପ୍ରାର୍ଥୀ ପାଇନଥିବା ଜଣାପଡ଼ିଛି। ସମ୍ଭବତଃ ଚଳିତମାସ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେଡି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ। ଜାତୀୟସ୍ତରରେ ବିଭିନ୍ନ ସଂସ୍ଥା ଦ୍ୱାରା ହେଉଥିବା ସର୍ଭେ ରିପୋର୍ଟରେ ଲୋକସଭା ଆସନଗୁଡ଼ିକରେ ଦଳର ସ୍ଥିତି ଭଲ ନଥିବାକୁ ଦୃଷ୍ଟିରେ ରଖି ଦଳୀୟ ପ୍ରାର୍ଥୀଙ୍କୁ ପ୍ରଚାର ନିମନ୍ତେ ଅଧିକ ସମୟ ଦେବାକୁ ବିଜେଡି ରଣନୀତିକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।



from Odisha Reporter http://bit.ly/2WOlvq7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages