ବିଶ୍ୱକପ୍‌ ପାଇଁ ୧୨ ଜଣଙ୍କ ନାଁ ଚୂଡ଼ାନ୍ତ, ବାକି ୩ଟି ସ୍ଥାନ ପାଇଁ ୧୧ ଦାବିଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବିଶ୍ୱକପ୍‌ ପାଇଁ ୧୨ ଜଣଙ୍କ ନାଁ ଚୂଡ଼ାନ୍ତ, ବାକି ୩ଟି ସ୍ଥାନ ପାଇଁ ୧୧ ଦାବିଦାର

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ ତାରିଖରୁ କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ‘ବିଶ୍ୱକପ୍‌ ୨୦୧୯’ ଆରମ୍ଭ ହେବ। ଏଥିପାଇଁ ବିଶ୍ୱର ସବୁ ଟିମ୍‌ ଜୋରଦାର ପ୍ରସ୍ତୁତି କରିବା ସହ ସେମାନଙ୍କର ଶ୍ରେଷ୍ଠ ୧୫ ଖେଳାଳିଙ୍କୁ ବାଛିବାରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡରେ ଏଥର ବିଶ୍ୱକପ୍‌ ଅନୁଷ୍ଠିତ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିମ୍‌ ଚୟନ ଚାଲିଛି। ଏହିକ୍ରମରେ ଟିମ୍‌ ଇଣ୍ଡିଆ ମଧ୍ୟ ତା’ର ୧୫ ଖେଳାଳି ଚୟନ ପାଇଁ ମାନସମନ୍ଥନ ଆରମ୍ଭ କରିଛି।

ବିଶ୍ୱକପ୍‌ ପୂର୍ବରୁ ଭାରତ ମାତ୍ର ୫ଟି ଦିନିକିଆ ଖେଳିବ। ମାର୍ଚ୍ଚ ୨ରୁ ଅଷ୍ଟ୍ରେଲିଆ ଭାରତରେ ୫ଟି ଦିନିକିଆ ସିରିଜ୍‌ ଖେଳିବ। ଏଥିରେ ଶିଖର ଧୱନ ଓ ରୋହିତ ଶର୍ମାଙ୍କ ଭଳି ବଡ଼ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ପାରେ। ତେବେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଇତି ମଧ୍ୟରେ ୧୨ ଜଣଙ୍କ ନାଁ ବିଶ୍ୱକପ୍‌ ପାଇଁ ଚୂଡ଼ାନ୍ତ କରି ସାରିଛି। ବାକି ୩ ଜଣଙ୍କ ପାଇଁ ୧୧ ଜଣ ଖେଳାଳି ତାଲିକାରେ ରହିଛନ୍ତି।

ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ରେ ରହିବା ଏକ ପ୍ରକାରର ନିଶ୍ଚିତ। ଏପରି ସ୍ଥଳେ ୫ମ ଦ୍ରୁତ ବୋଲର ଭାବେ ତାଲିକାରେ ଉମେଶ ଯାଦବ,ଖଲୀଲ ଅହମ୍ମଦ ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇପାରେ। ସେହିପରି କିଛି କ୍ରିକେଟ ପଣ୍ଡିତଙ୍କ ମତରେ ୫ମ ଦ୍ରୁତ ବୋଲରଙ୍କ ବଦଳରେ କେଏଲ୍‌ ରାହୁଲ, ଅଜିଙ୍କ୍ୟ ରାହଣେ, ମନୀଷ ପାଣ୍ଡେ ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ୧୫ ଜଣିଆ ସ୍କ୍ୱାଡରେ ନେବା ଦରକାର।

ଦ୍ୱିତୀୟ ୱିକେଟ୍‌ କିପର ପାଇଁ ପନ୍ତ କିମ୍ବା କାର୍ତ୍ତିକ

୪୬ ଦିନ ଧରି ଚାଲିବାକୁ ଥିବା ଏହି କ୍ରିକେଟ ମହାକୁମ୍ଭରେ ଭାରତକୁ ଦ୍ୱିତୀୟ ୱିକେଟ୍‌ କିପରର ଆବଶ୍ୟକତା ପଡ଼ିବ। ତେଣୁ ଅଭିଜ୍ଞ ଦୀନେଶ କାର୍ତ୍ତିକ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ୱକପ୍‌ ସ୍କ୍ୱାଡରେ ସାମିଲ କରାଯାଇପାରେ। କାର୍ତ୍ତିକ ଗତବର୍ଷ ଟିମ୍‌ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ସେହିପରି ପନ୍ତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମାଟିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ତୃତୀୟ ଅଲରାଉଣ୍ଡର ଭାବେ ଜାଡେଜା କିମ୍ବା ବିଜୟ

ହାର୍ଦ୍ଦିକ ପାଣ୍ଡ୍ୟା ଓ କେଦାର ଯାଦବ ବିଶ୍ୱକପ୍‌ରେ ଅଲରାଉଣ୍ଡର ଭାବେ ଖେଳିବେ। ତେବେ ତୃତୀୟ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ରନ ଆଉଟ ହେବା ଆଗରୁ ବିଜୟ ୪୫ ରନ୍‌ର ଇନିଂସ୍‌ ଖେଳିଥିଲେ। ରବୀନ୍ଦ୍ର ଜାଡେଜା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ନିଶ୍ଚୟ।

ଚୂଡ଼ାନ୍ତ ୧୨ ଖେଳାଳି

ବ୍ୟାଟସ୍‌ମ୍ୟାନ

ରୋହିତ ଶର୍ମା, ଶିଖର ଧୱନ, ବିରାଟ୍‌ କୋହଲି,ଅମ୍ବାତି ରାୟୁଡୁ,ମହେନ୍ଦ୍ର ସିଂହ ଧୋନି

ଅଲରାଉଣ୍ଡର

କେଦାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା

ବୋଲର

ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲ

୧୧ ସମ୍ଭାବ୍ୟ ଖେଳାଳି

କେଏଲ୍‌ ରାହୁଲ, ଅଜିଙ୍କ୍ୟ ରାହଣେ, ମନୀଷ ପାଣ୍ଡେ, ଶୁଭମନ ଗିଲ, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଉମେଶ ଯାଦବ, ଖଲୀଲ ଅହମ୍ମଦ ଓ ମହମ୍ମଦ ସିରାଜ।



from Odisha Reporter http://bit.ly/2tam5Rj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages