ବିରୋଧୀଙ୍କ ସହିତ ଆଲୋଚନା ପରେ ଧାରଣାରୁ ଉଠିଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ବିରୋଧୀଙ୍କ ସହିତ ଆଲୋଚନା ପରେ ଧାରଣାରୁ ଉଠିଲେ ମମତା

କୋଲକାତା: ରବିବାର ରାତିଠାରୁ ସିବିଆଇ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସହ ଆଲୋଚନା ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଛନ୍ତି। କୋଲକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନର ଆଶଙ୍କା ପରେ ସେ ଏପରି ଧାରଣା ଜରିଆରେ ରାଜୀବଙ୍କ ପାଇଁ ଢାଲ ହେବାର ପ୍ରୟାସ କରିଆସିଥିଲେ।

ଶରଦ ପାୱାର ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ବିରୋଧୀ ତାଙ୍କ ସମର୍ଥନରେ ଏକାଠି ଅଛନ୍ତି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଧାରଣାସ୍ଥଳରେ ଯୋଗ ଦେଇ ମମତାଙ୍କୁ ସମର୍ଥନ ଜଣାଇଥିଲେ।

ଚନ୍ଦ୍ରବାବୁ ଏହି ଅବସରରେ କହିଥିଲେ, “ଆମେ କେନ୍ଦ୍ରକୁ ସମ୍ମାନ ଜଣାଉ, କେନ୍ଦ୍ର ମଧ୍ୟ ଆମକୁ ସମ୍ମାନ ଜଣାଉ। ସେହିଭଳି ତେଜସ୍ୱୀ କହିଥିଲେ, ଏହି ଯୁଦ୍ଧ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନୁହେଁ। ଏହା ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଯୁଦ୍ଧ। ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ବିଜୟ ମାଲ୍ୟା, ନିରବ ମୋଦି ଏବଂ ଲଳିତ ମୋଦିଙ୍କ ସମୟରେ କୋଉଠି ଥିଲା ସିବିଆଇ ?”

ମମତା ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ସେ ତାଙ୍କ ଶୁଭେଚ୍ଛୁଙ୍କ ସହିତ ଆଲୋଚନା କରି ଯାହା ପଦକ୍ଷେପ ନେବେ। ଏହି ଶୁଭେଚ୍ଛୁଙ୍କ ମଧ୍ୟରେ ଚନ୍ଦ୍ରବାବୁଙ୍କ ବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଥିଲେ। ତେବେ ନବୀନଙ୍କ ସହିତ ଏ ସମ୍ପର୍କରେ ସେ ଆଲୋଚନା କରିଛନ୍ତି କି ନା, ତାହା ଏଯାଏ ସ୍ପଷ୍ଟ ହୋଇନି।



from Odisha Reporter http://bit.ly/2HT8Vm8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages