
ବରଗଡ଼ (ଓଡ଼ିଶା ରିପୋର୍ଟର):ଖାକିରେ କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଏକ ଘୃଣ୍ୟ କାର୍ଯ୍ୟ ଘଟାଇଛନ୍ତି ଜଣେ ପୁଲିସ ଅଧିକାରୀ। ବରଗଡ଼ର ଜଣେ ପୁଲିସ ଅଧିକାରୀ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି।
ନାବାଳିକା ଜଣକ ଟ୍ୟୁସନ୍ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚଳାଇଛି ପୁଲିସ୍।
from Odisha Reporter http://bit.ly/2th8fwC
No comments:
Post a Comment