କନ୍‌ଫ୍ୟୁଜ୍‌ କଲା ଟାଇଗର, ଦିଶାଙ୍କ ଭ୍ୟାଲେଣ୍ଟାଇନ୍‌ ପୋଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

କନ୍‌ଫ୍ୟୁଜ୍‌ କଲା ଟାଇଗର, ଦିଶାଙ୍କ ଭ୍ୟାଲେଣ୍ଟାଇନ୍‌ ପୋଷ୍ଟ୍‌

disha2

ମୁମ୍ବାଇ: ଭ୍ୟାଲେଣ୍ଟାଇନ୍‌ ଡେ’ ଅବସରରେ ଟାଇଗର ଶ୍ରଫ୍‌ ଓ ଦିଶା ପଟାନୀ ନିଜ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ପ୍ରଶ୍ନବାଚୀ ନୁହେଁ କନ୍‌ଫ୍ୟୁଜନ୍‌ ବି ସୃଷ୍ଟି କରୁଛି ଏହି ଫଟୋ।

ଏହି ପୋଷ୍ଟ ପରେ ଚର୍ଚ୍ଚା ହେଉଥିଲା ଯେ, ଟାଇଗର ଓ ଦିଶାଙ୍କର ବୋଧେ ନିର୍ବନ୍ଧ ହୋଇଯାଇଛି। କାରଣ ପୋଷ୍ଟ୍‌ କରିଥିବା ଫଟୋରେ ଦୁହେଁ ନିଜ ହାତରେ ଏକ ରିଙ୍ଗ୍‌ ପିନ୍ଧି ତାକୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସମସ୍ତେ ଅନୁମାନ କରିଥିଲେ ଯେ, ବୋଧହୁଏ  ଦୁହିଁଙ୍କ ନିର୍ବନ୍ଧ ସରିଯାଇଛି।

କିନ୍ତୁ ଏମିତି ଭାବି କନ୍‌ଫ୍ୟୁଜ୍‌ ହୋଇ ପଡିଥିବା ଫ୍ୟାନ୍ସମାନଙ୍କୁ ଦ୍ୱର୍ନ୍ଦ୍ୱରେ ନ ପକାଇ ସତ୍ୟାସତ୍ୟ ସାମ୍ନାକୁ ଆଣିଛନ୍ତି ଏହି ସେଲିବ୍ରେଟି ପ୍ରେମୀ ଯୁଗଳ।

 

View this post on Instagram

 

Someone popped the question, and I said yes…

A post shared by disha patani (paatni) (@dishapatani) on Feb 14, 2019 at 2:44am PST

କଥା ହେଉଛି ଦିଶା ଓ ଟାଇଗର ଏକା ସହ ଗୋଟିଏ କୋଲ୍ଡ ଡ୍ରିଙ୍କସ୍‌ ବିଜ୍ଞାପନର ଶୁଟିଂ କରୁଥିଲେ। ଆଉ ପୋଷ୍ଟ୍‌ କରାଯାଇଥିବା ଫଟୋଟି ହେଉଛି ସେହି ବିଜ୍ଞାପନର ଶେଷ ଭାଗର ଦୃଶ୍ୟ।  ଦିଶା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫଟୋ ଶେଆର କରି ଲେଖିଛନ୍ତି, ‘ସେ ମତେ ପଚାରିଲେ, ମୁଁ ହଁ କରିଦେଲି।’

 

View this post on Instagram

 

Turns out I’m taken. 😍😉

A post shared by Tiger Shroff (@tigerjackieshroff) on Feb 14, 2019 at 12:52am PST

ଫଟୋରେ ଦିଶା ଆଙ୍ଗୁଠିରେ ରିଙ୍ଗ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।  ଏହାପରେ ଟାଇଗର ଶ୍ରଫ୍‌ ନିଜ ପାର୍ଟ୍‌କୁ ପୋଷ୍ଟ୍‌ କରିଥିଲେ। ଦୁହିଁଙ୍କର ଏହି ପୋଷ୍ଟ୍‌ ଦେଖିବା ପରେ ୟୁଜରମାନେ  ଟାଇଗର ଓ ଦିଶାଙ୍କୁ ଶୁଭକାମନା ଦେବା ଆରମ୍ଭ କରିଦେଇଥିଲେ।

 

View this post on Instagram

 

Hey @PepsiIndia, I’m all yours 😉 #HarGhoonthMeinSwag

A post shared by disha patani (paatni) (@dishapatani) on Feb 14, 2019 at 5:29am PST

ହେଲେ ଲୋକଙ୍କ ଏମିତି ପ୍ରତିକ୍ରିୟା  ଦେଖି ଟାଇଗର ଓ ଦିଶା ସସ୍‌ପେନ୍ସ ଉପରୁ ପରଦା ଇଠାଇ ନେଇଛନ୍ତି । ଶେଷରେ ସେମାନେ ସେହି ବିଜ୍ଞାପନ ଭିଡିଓଟି ଶେଆର କରିଛନ୍ତି ଯେଉଁଥିରେ ଏହି ମୁଦିକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି।

 

View this post on Instagram

 

In a committed relationship with #Pepsi #harghoonthmeinswag @pepsiindia

A post shared by Tiger Shroff (@tigerjackieshroff) on Feb 14, 2019 at 5:36am PST

 

ସୂଚନାଯୋଗ୍ୟ, ଟାଇଗର  ଓ ଦିଶା ନିଜ ଆଫେଆର୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଆଛନ୍ତି। ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଲଞ୍ଚ, ଡିନର କରୁଥିବା ଦେଖିବାକୁ ମିଳଛି। ଖାଲି ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଉଭୟ ଏକାଠି ବୁଲୁଛନ୍ତି। ନିକଟରେ ଶ୍ରୀଲଙ୍କାରେ ଦୁହିଁଙ୍କୁ ଏକାଠି ଛୁଟି କାଟାଇଥିବା ଦେଖିବାକୁ ମିଳିଥିଲା।  ଦିଶା ଏବେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଶୁଟିଂରେ ବ୍ୟସ୍ତ ରହିବା ସହ ଟାଇଗର  ‘ଷ୍ଟୁଡେଣ୍ଟ୍‌ ଅଫ ଦ’ ଇୟର-୨’, ଓ ‘ବଗୀ-୩’ରେ ବ୍ୟସ୍ତ ଅଛନ୍ତି।



from Odisha Reporter http://bit.ly/2X4TsTy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages