ସ୍ଵତନ୍ତ୍ର ରଣନୀତି ସହ ଭାରତ ଆସିବ ଅଷ୍ଟ୍ରେଲିଆ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ସ୍ଵତନ୍ତ୍ର ରଣନୀତି ସହ ଭାରତ ଆସିବ ଅଷ୍ଟ୍ରେଲିଆ!

ମେଲବର୍ଣ୍ଣ: ଆସନ୍ତା ୨୪ ତାରିଖରୁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ଓ ପରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଭାରତ ମାଟିରେ ଏହି ମ୍ୟାଚ୍‌ ହେଉଥିବାରୁ ଟିମ୍‌ ଇଣ୍ଡିଆର ପଲା ନିଶ୍ଚିତ ଭାରୀ ରହିବ। ତେବେ ଟିମ୍‌ ଇଣ୍ଡିଆକୁ ତା’ରି ମାଟିରେ ଚିତ୍‌ପଟାଙ୍ଗ କରିବାକୁ କଙ୍ଗାରୁ ଟିମ୍‌ ନିଶ୍ଚୟ ଚେଷ୍ଟା କରିବ। ଏଥିପାଇଁ ଅଷ୍ଟ୍ରେଲିଆ ଟିମ୍‌କୁ ସ୍ୱତନ୍ତ୍ର ରଣନୀତି କରିବାକୁ ପଡ଼ିବ।

ଏକଥାକୁ ଦଳର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ସ୍ୱୀକାର କରିଛନ୍ତି। ରବିବାର ଫିଞ୍ଚଙ୍କ ନେତୃତ୍ୱରେ ମେଲବର୍ଣ୍ଣ ରେନେଗେଡ୍ସ ବିବିଏଲ୍‌ ଚାମ୍ପିୟନ ହୋଇଥିଲା। ଏହି ବିଜୟ ପରେ ଫିଞ୍ଚ ଭାରତ ଗସ୍ତ ସମ୍ପର୍କରେ କହିଛନ୍ତି। ଭାରତ ପାଇଁ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କଥାକୁ ସ୍ୱୀକାର କରିଛନ୍ତି।

ଭାରତ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତିଥିଲା। ଏବେ ଅଷ୍ଟ୍ରେଲିଆ ଏହି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।

ଫିଞ୍ଚ କହିଛନ୍ତି, “ଭାରତ ହେଉଛି ଦିନିକିଆ ଫର୍ମାଟରେ ଶ୍ରେଷ୍ଠ ଦଳ। ଏବେ ପୁଣି ଭାରତ ନିଜ ଘରୋଇ ପରିବେଶରେ ଖେଳିବ। ତେଣୁ ଆମକୁ ଦୃଢ଼ ମନୋବଳ ସହ ସେଠାକୁ ଯିବାକୁ ପଡ଼ିବ। ଯଦି ଆମ ଆଡ଼ୁ କୌଣସି ବି ଭୁଲ ରହିଯାଏ, ତା’ହେଲେ ଏହା ଆମକୁ ନିଶ୍ଚିତ ଭାବେ ଆଘାତ ଦେବ। ତେଣୁ ଭାରତ ଗସ୍ତରେ ଯିବା ବେଳେ ଆମେ ସ୍ୱତନ୍ତ୍ର ରଣନୀତି କରି ଯିବୁ।”

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ଫେବୃଆରୀ ୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି-୨୦ ୨୭ ତାରିଖରେ ଖେଳାଯିବ। ସେହିପରି ଦିନିକିଆ ସିରିଜ୍‌ ମାର୍ଚ୍ଚ ୨ରୁ ଆରମ୍ଭ ହେବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।



from Odisha Reporter http://bit.ly/2DREzer

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages