
ଅନୁଗୋଳ (ଓଡ଼ିଶା ରିପୋର୍ଟର): ଆଖି ଏବଂ ହାର୍ଟ ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟା ଓ କ୍ୟାନ୍ସର ଭଳି ରୋଗର ଚିକିତ୍ସା ସୁବିଧା ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ନାହିଁ। ସେଥିପାଇଁ ଅଞ୍ଚଳବାସୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆଜି ନାଲକୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦଘାଟିତ ହେବାପରେ ଜିଲ୍ଲାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିବାର ବ୍ୟବସ୍ଥା ଥିବା ବେଳେ ଦୈନିକ ୧୦୦ରୁ ଅଧିକ ଅପରେସନ ହୋଇପାରିବାର ବ୍ୟବସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କୁଲ୍ଦାରେ ଆୟୋଜିତ ଏହିଁ ଚିକିତ୍ସାଳୟର ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କୁ ସହାୟକ ଯନ୍ତ୍ର ଓ ଉପକରଣ ବିତରଣ କରିଥିଲେ। ଏହି ଅବସରରେ ସେ କହିଛନ୍ତି-“ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଡିଏମ୍ଏଫ୍ ଫଣ୍ଡର ବ୍ୟବସ୍ଥା କରି ଅନେକ ଟଙ୍କାର ବ୍ୟବସ୍ଥା କରାଇଛନ୍ତି। ୨୦୧୮ ମସିହାରେ ଅନୁଗୋଳ ଜିଲ୍ଲାରେ ମିନେରାଲ ଫଣ୍ଡକୁ ପାଖାପାଖି ହଜାରେ କୋଟି ଟଙ୍କା ଦିଆଯାଇଛି। ଏହି ସବୁ ଅର୍ଥ ଖର୍ଚ୍ଚ କଲେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଦୂର କରାଯାଇ ପାରିବ। ରୋଜଗାରର ବ୍ୟବସ୍ଥା ମଧ୍ୟ ସୃଷ୍ଟି ହୋଇପାରିବ।”
ଶ୍ରୀ ପ୍ରଧାନ କହିଛନ୍ତି-“ନାଲ୍କୋ କେବଳ ଭାରତବର୍ଷ ନୁହେଁ, ବିଶ୍ୱର ଭଲ କମ୍ପାନୀ। ଏ ବର୍ଷ ନାଲ୍କୋର ଲାଭ ମଧ୍ୟ ବୃଦ୍ଧି ପାଇଛି। ନାଲ୍କୋରେ କାମ କରୁଥିବା କର୍ମଚାରୀ, ସ୍ଥାୟୀ ଓ ଠିକା ଶ୍ରମିକମାନେ ଏହାର ଶ୍ରେୟ ନେବେ। ନାଲ୍କୋରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ଦରମାକୁ ବୃଦ୍ଧି କରାଯିବା ଉଚିତ। ନାଲକୋ ଯେତେ ଅଧିକ ପଇସା ଦେବ, ଅନୁଗୋଳ ଜିଲ୍ଲାର ଅର୍ଥନୀତି ସେତେ ସୁଦୃଢ଼ ହେବ।”
ସେ କହିଛନ୍ତି,“ସିଟିପି ଓ ସ୍ମେଲ୍ଟର୍ ମଧ୍ୟରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହେଉଛି। ବ୍ରିଜ୍ ନଥିବାରୁ ଶ୍ରମିକ ଦୁର୍ଘଟଣାର ଶିକାର ହେଉଛନ୍ତି। ନାଲକୋ ମ୍ୟାନେଜମେଣ୍ଟ୍ ମଧ୍ୟ ଗୋଟିଏ ପ୍ଲାଣ୍ଟରୁ ଅନ୍ୟ ପ୍ଲାଣ୍ଟକୁ ଯିବା ପାଇଁ ଓଭରବ୍ରିଜ୍ର ବ୍ୟବସ୍ଥା କରୁ।”
from Odisha Reporter http://bit.ly/2XadeNj
No comments:
Post a Comment