
ଇସ୍ଲାମାବାଦ: ପୁଲୱାମା ଆତଙ୍କବାଦୀ ହମ୍ଲାର ଠିକ୍ ଗୋଟିଏ ସପ୍ତାହ ପରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ମୁଖ୍ୟ ତଥା କୁଖ୍ୟାତ ଆତଙ୍କୀ ମୌଲାନା ମାସୁଦ ଆଝାର ମୁହଁ ଖୋଲିଛି। ମାସୁଦ ଜାରି କରିଥିବା ଅଡିଓରେ ଜୈଶର ହାତ ପୁଲୱାମା ହମ୍ଲା ପଛରେ ନାହିଁ ବୋଲି କହିଛି।
ଏଥିସହ ମାସୁଦ ଆତ୍ମଘାତୀ ଆକ୍ରମଣ କରିଥିବା ଆଦିଲ ଅହମ୍ମଦ ଦାରକୁ କେବେ ହେଲେ ଭେଟି ନାହିଁ ବୋଲି ମଧ୍ୟ କହିଛି। ତେବେ ଏହି ଅଡିଓରେ ମାସୁଦ ଉଭୟ ପାକିସ୍ତାନ ସରକାର ଓ ଦେଶର ମିଡିଆକୁ ଡରକୁଳା ବୋଲି କହିବାକୁ ପଛାଇ ନାହିଁ।
ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈଶ ନିଜକୁ ଦାୟୀ କରିଥିଲା। କିନ୍ତୁ ଏବେ ମାସୁଦ ନିଜେ ଏଥରୁ ଓହରି ଯାଇଛି।
ଗୁରୁବାର ଜାରି ହୋଇଥିବା ଅଡିଓରେ ମାସୁଦ କହିଛି, “ପୁଲୱାମା ହମ୍ଲା ପରେ ୨୦୧୯ ସାଧାରଣ ନିର୍ବାଚନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାଟା ହେବ। ଭାରତ କେବେ ହେଲେ ପାକିସ୍ତାନ ସହ କୌଣସି ପ୍ରକାରର ଯୁଦ୍ଧ କରିବାକୁ ପ୍ରୟାସ ନ କରୁ।
ଚୀନ୍ ସର୍ବଦା ପାକିସ୍ତାନକୁ ସମର୍ଥନ କରୁଛି, ଆଗକୁ ମଧ୍ୟ ସମର୍ଥନ କରିବ। ତେଣୁ ଭାରତର ନାଲି ଆଖି ଦେଖି ଭୟ କରିବାର କୌଣସି କାରଣ ନାହିଁ। ଭାରତର ୱାଜିର-ଏ-ଆଜମ ନରେନ୍ଦ୍ର ମୋଦି କଶ୍ମୀରରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ”
from Odisha Reporter https://ift.tt/2ItSf57
No comments:
Post a Comment