ଦଙ୍ଗା ଘଟଣାରେ ୭ ଜଣଙ୍କୁ ଆଜୀବନ ଜେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଦଙ୍ଗା ଘଟଣାରେ ୭ ଜଣଙ୍କୁ ଆଜୀବନ ଜେଲ

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ସ୍ଥାନୀୟ କୋର୍ଟ ୨୦୧୩ ମସିହାରେ ସଂଘଟିତ ମୁଜାଫରନଗର ଦଙ୍ଗା ଘଟଣାରେ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡବିଧାନ କରିଛନ୍ତି। ସେମାନେ ସେହିବର୍ଷ କୱାଲ୍‌ ଗାଁର ୨ ଜଣଙ୍କୁ ହତ୍ୟା କରିଥିଲେ ଯାହାକି ପରେ ଦଙ୍ଗାର କାରଣ ପାଲଟିଥିଲା।

୨୦୧୪ ନିର୍ବାଚନ ପୂର୍ବରୁ ସଂଘଟିତ ଏହି ଦଙ୍ଗାରେ ହଜାର ହଜାର ଲୋକ ବାସହରା ହୋଇଥିଲେ। ଶାମିଲ ଏବଂ ମୁଜାଫରନଗରରେ ଯୌନ ନିର୍ଯାତନା ଏବଂ ଗାଳିଗୁଲଜ ଆଦି ବହୁ ଅଭିଯୋଗ ଆସିବାରେ ଲାଗିଥିଲା। ଦଙ୍ଗାରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୩ ଜଣ ଆହତ ହୋଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାଜୀବ ଶର୍ମା କହିଥିଲେ, “୨୦୧୩ ମସିହା ଅଗଷ୍ଟ ୨୭ରେ ମୁଜାମ୍ମିଲ, ମୁଜାସ୍ସିମ୍‌, ଫୁକ୍‌ରାନ୍‌, ନଦୀମ୍‌, ଜାହାଙ୍ଗୀର, ଅଫଜଲ୍‌ ଏବଂ ଇକ୍‌ବାଲ ୭ ଜଣ ମିଶି ସଚିନ ସିଂହ ଓ ଗୌରବ ସିଂହଙ୍କୁ ହତ୍ୟା କରିବା ସହ ଦଙ୍ଗା ଭିଆଇଥିଲେ। ୧୦ ଜଣ ସାକ୍ଷୀଙ୍କୁ ପଚରାଉଚରା ପରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।”

ଅନ୍ୟପକ୍ଷରେ ଦୁଇଜଣ ଅଭିଯୁକ୍ତଙ୍କ ବାପା ନସୀମ ଅହମ୍ମଦ କହିଛନ୍ତି ସେମାନେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ। ସେ କହିଛନ୍ତି, କୋର୍ଟ ଉପରେ ଆମର ପୂରା ଭରସା ଅଛି। ପୁଲିସ ଏବଂ ଜିଲ୍ଲା ପ୍ରଶାସନ ମୋ ପୁଅମାନଙ୍କ ନାମରେ ମିଛ ମାମଲା ରୁଜୁ କରି ଧରିନେଇଛି।



from Odisha Reporter http://bit.ly/2Shlqg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages