ବିଶ୍ୱକପ୍‌ ପାଇଁ ପଣ୍ଟିଂ ଅଷ୍ଟ୍ରେଲିଆର ଆସିଷ୍ଟାଣ୍ଟ କୋଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ବିଶ୍ୱକପ୍‌ ପାଇଁ ପଣ୍ଟିଂ ଅଷ୍ଟ୍ରେଲିଆର ଆସିଷ୍ଟାଣ୍ଟ କୋଚ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ଦେଶର କ୍ରିକେଟ ବୋର୍ଡ ବିଶ୍ୱକପ୍‌ ପାଇଁ ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ବୋର୍ଡ ବିଶ୍ୱକପ୍‌ରେ ଟିମ୍‌ ଅଷ୍ଟ୍ରେଲିଆର ଆସିଷ୍ଟାଣ୍ଟ କୋଚ୍‌ ଭାବେ ଆଜି ନିଯୁକ୍ତ କରିଛି।

ବିଶେଷ କରି ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନଙ୍କୁ ପଣ୍ଟିଂ ସମସ୍ତ ପ୍ରକାରର ସହଯୋଗ କରିବେ। ତାଙ୍କ ସହ ଏବେ ବ୍ୟାଟିଂ କୋଚ୍‌ ରହିଥିବା ଗ୍ରାଏମ ହିକ୍‌ ମଧ୍ୟ କାର୍ଯ୍ୟ କରିବେ। ବିଶ୍ୱକପ୍‌ ସହ ଅଗଷ୍ଟ ମାସରୁ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ ପାଇଁ ମଧ୍ୟ ପଣ୍ଟିଂ ଓ ହିକ୍‌ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବେ।

ପଣ୍ଟିଂଙ୍କ ନିଯୁକ୍ତି ପୂର୍ବରୁ ଗତକାଲି ବୋଲିଂ କୋଚ୍‌ ଡେଭିଡ୍‌ ସେକର ନିଜ ପଦରୁ ତତ୍କାଳ ଇସ୍ତଫା ଦେଇଥିଲେ। ତାଙ୍କ ବଦଳରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଟ୍ରୟ କୁଲୀଙ୍କୁ ଅସ୍ଥାୟୀ ଭାବେ ଦଳର ବୋଲିଂ କୋଚ୍‌ ଦାୟିତ୍ୱ ଦେଇଛି।

ଗତ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ହୋଇଥିଲା। ଏଥିରେ ଘରୋଇ କଙ୍ଗାରୁ ଟିମ୍‌ ବାଜିମାତ କରିଥିଲା।



from Odisha Reporter http://bit.ly/2Br2wZM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages