ଫୁଟବଲ୍‌ ଟ୍ରେନିଙ୍କ କୋଠରୀରେ ନିଆଁ, ଜଳିଗଲେ ୧୦ ଯୁବ ଖେଳାଳି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଫୁଟବଲ୍‌ ଟ୍ରେନିଙ୍କ କୋଠରୀରେ ନିଆଁ, ଜଳିଗଲେ ୧୦ ଯୁବ ଖେଳାଳି!

ଦୁବାଇ: ବ୍ରାଜିଲର ପ୍ରସିଦ୍ଧ ଫୁଟବଲ କ୍ଲବ ଫ୍ଲାମିନଗୋର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିବା ଟ୍ରେନି ଖେଳାଳିଙ୍କ ଡର୍ମିଟରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆଜି ଭୋରରୁ ରିଓ ଡି ଜେନେଇରୋ ସ୍ଥିତ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିଲ୍ଡିଂରେ ଥିବା ଏକ ଡର୍ମିଟରିରେ ବ୍ରାଜିଲର୧୪ରୁ ୧୭ ବର୍ଷ ବୟସର ଯୁବ ଫୁଟବଲ ଖେଳାଳିମାନେ ରହୁଥିଲେ।

ଏହି ଅଗ୍ନିକାଣ୍ଡରେ ୧୦ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପ୍ରଶାସନ ପକ୍ଷରୁ କେବଳ କୁହାଯାଇଛି ୧୦ ଜଣଙ୍କ ମୃତ୍ୟୁ ହୋଇଛି, ହେଲେ ସେମାନେ ଖେଳାଳି କି ଆଉ କିଏ,ସେକଥା ସ୍ପଷ୍ଟ କରାଯାଇ ନାହିଁ। ଏବେ ଅଗ୍ନିକାଣ୍ଡର କାରଣ ଖୋଜା ଯିବା ସହ ମୃତକଙ୍କ ପରିଚୟ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶେଷ ଖବର ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2DpFgvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages