ରାତି ପାହିଲେ ମ୍ୟାଟ୍ରିକ୍‌ ପରୀକ୍ଷା, ସବୁ କେନ୍ଦ୍ରରେ ସକାଳେ ପହଞ୍ଚିବ ପ୍ରଶ୍ନପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ରାତି ପାହିଲେ ମ୍ୟାଟ୍ରିକ୍‌ ପରୀକ୍ଷା, ସବୁ କେନ୍ଦ୍ରରେ ସକାଳେ ପହଞ୍ଚିବ ପ୍ରଶ୍ନପତ୍ର

କଟକ(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମ୍ୟାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତି ଶେଷ କରିଛନ୍ତି ପରୀକ୍ଷା ଦେବାକୁ ଥିବା ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ଦିନକ ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ସକାଳେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବ।

ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ସୁରକ୍ଷା ଲାଗି ନୋଡାଲ୍‌ ସେଣ୍ଟରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା।

ପରୀକ୍ଷାରେ ଅସାଧୁ କାରବାର ରୋକିବା ପାଇଁ ଏଥର ୫୮ଟି ଫ୍ଲାଇଂ ସ୍କ୍ୱାଡ ଓ ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସେହିପରି ପ୍ରତି ଜୋନ୍‌ରେ ଗୋଟିଏ ଲେଖାଏ ସ୍କ୍ୱାଡ ବୁଲିବେ। ଜିଲ୍ଲାପାଳମାନଙ୍କୁ ନିଜେ ସ୍କ୍ୱାଡ ଗଠନ କରି ସେଣ୍ଟର ଯାଞ୍ଚ ଲାଗି କ୍ଷମତା ଦିଆଯାଇଥିବା ବିଦ୍ୟାଳୟ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ଏବର୍ଷ ପ୍ରଥମ କରି ପରୀକ୍ଷା ଦିନ ସକାଳୁ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର। ସକାଳ ୬ ଟାରୁ ୮ ଟା ୩୦ ଭିତରେ ଏ ପ୍ରକ୍ରିୟା ଶେଷ ହେବ। ଆସନ୍ତାକାଲି ପ୍ରଥମ ଦିନରେ ସକାଳ ୯ଟା ଓ ଅନ୍ୟ ଦିନ ଗୁଡ଼ିକରେ ୯ଟା ୧୫ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ ଛାତ୍ରଛାତ୍ରୀ। ୯ଟା ୩୦ରେ OMR ସିଟ୍ ଓ ୯ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ଶେଷ ହେବ। ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍‌ ସମୟ ମିଳିବ। ଏବର୍ଷ ସବ୍‌ଜେକ୍ଟିଭ୍‌ ପାଇଁ ୪ଟି ଓ ଅବଜେକ୍ଟିଭ୍‌ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ଏହାସହିତ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକ୍ଟିଭ୍‌ ଓ ଅବଜେକ୍ଟିଭରେ ପାସ୍‌ ଲାଗି ସର୍ବନିମ୍ନ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।

ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ କିଛି ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଛି। ଯେପରିକି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ଏଯାଏ ଆଡମିଟ୍‌ କାର୍ଡ ମିଳିପାରି ନାହିଁ।



from Odisha Reporter https://ift.tt/2BLXYxg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages