ହଳଦୀ, ବେସନରେ ହୋଲି ଖେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ହଳଦୀ, ବେସନରେ ହୋଲି ଖେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ରଙ୍ଗର ପର୍ବ ହୋଲି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱପ୍ନାପତି ଫାଉଣ୍ଡେସନ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବ। କେମିକାଲ୍ ରଙ୍ଗକୁ ସମ୍ପୂର୍ଣ୍ଣ ବର୍ଜନ କରି ପ୍ରାକୃତିକ ରଙ୍ଗରେ ହୋଲି ଖେଳ ହେବ। ଖାଲି ସେତିକି ନୁହେଁ ଏହାକୁ ସ୍ୱତନ୍ତ୍ର କରିବା ତଥା ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦିବ୍ୟାଙ୍ଗ ଓ ଅସହାୟ ପିଲାମାନଙ୍କୁ ସାଙ୍ଗରେ ନେଇ ରଙ୍ଗର ପର୍ବକୁ ପାଳନ କରାଯିବ। ସ୍ୱପ୍ନାପତି ଫାଉଣ୍ଡେସନର ମୁଖ୍ୟ ସ୍ୱପ୍ନା ପତି ଏବଂ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଅଭିନେତା ସବ୍ୟସାଚୀ ମିଶ୍ର ଆଜି ଏହା ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ୱର କଳ୍ପନା ଛକସ୍ଥିତ ହୋଟେଲ କଳିଙ୍ଗ ଅଶୋକା ପରିସରରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯିବ। ଚଳିତ ବର୍ଷ ହୋଲି ମାର୍ଚ୍ଚ ୨୨ ତାରିଖରେ ପଡ଼ୁଥିବା ବେଳେ ଏହାର ୨ ଦିନ ପୂର୍ବରୁ ଅର୍ଥାତ ୨୦ ରେ ସ୍ୱପ୍ନାପତି ଫାଉଣ୍ଡେସନ ଏହି ପର୍ବ ପାଳନ କରିବ। ସନ୍ଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ଉତ୍ସବ ଚାଲୁ ରହିବ।

ବିଷାକ୍ତ ତଥା ହାନିକାରକ ରଙ୍ଗଠାରୁ ଦୂରେଇ ରହି ପ୍ରାକୃତିକ ରଙ୍ଗକୁ ଆପଣାଇବା ପାଇଁ ଏଠାରେ ସଚେତନତା ବାର୍ତ୍ତା ଦିଆଯିବ। ସେହିପରି ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ଏହା ଏକ ରଙ୍ଗୀନ ମୁହୂର୍ତ୍ତ ହେବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ସମ୍ବାଦିକ ସମ୍ମିଳନୀରେ ସ୍ୱପ୍ନାପତି ଫାଉଣ୍ଡେସନର ସଦସ୍ୟ ରାଜେଶ ମହାନ୍ତି, ସଂଯୋଜକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 



from Odisha Reporter https://ift.tt/2V7r3KO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages