ସୋମବାରଠାରୁ ଦିଲ୍ଲୀରେ ଧାରଣା ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ସୋମବାରଠାରୁ ଦିଲ୍ଲୀରେ ଧାରଣା ରାଜନୀତି

ନୂଆଦିଲ୍ଲୀ: ପାଖେଇ ଆସୁଛି ୧୬ତମ ଲୋକସଭାର ଶେଷ ସମୟ ଆସନ୍ତା ବୁଧବାର। ପୁଣି ହେବ ନିର୍ବାଚନ ପୁଣି ନୂଆ କଳେବରରେ ସରକାର ଗଢ଼ାହେବ। ଆଉ ଏହା ପୂର୍ବରୁ ଦିଲ୍ଲୀ ଦରବାରରେ ଦବ୍‌ଦବା ଦେଖାଇବାର ଶେଷ ସୁଯୋଗ ପାଇଁ ଏବେ ସବୁ ବିରୋଧୀ ଦଳ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି। ଆସନ୍ତା ସୋମବାରଠାରୁ ଏହି ଲକ୍ଷ୍ୟ ନେଇ ଆରମ୍ଭ ହେଉଛି ଧାରଣା ଋତୁ।

ସୋମବାର ପ୍ରଥମେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ନିଜ ସମର୍ଥକଙ୍କ ସହିତ ଆନ୍ଧ୍ର ଭବନଠାରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଦିଲ୍ଲୀ ଯାଉଛନ୍ତି। ସେ ତାଙ୍କ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବେ ଏବଂ ସେ ଏହି ପ୍ରସଙ୍ଗକୁ ନେଇ ୨୦୧୯ ନିର୍ବାଚନ ଲଢ଼ିବା ପ୍ରାୟ ନିଶ୍ଚିତ ହୋଥଯାଇଛି। ଅନ୍ୟ ବିରୋଧୀଦଳମାନେ ମଧ୍ୟ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ସଦ୍ୟ କୋଲକତା ଧାରଣାରୁ ଉଠିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫେବୃଆରୀ ୧୩ ଓ ୧୪ରେ ଧାରଣା ଦେବାର ଅଛି। ସେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ‘ସଂଘୀୟ ବ୍ୟବସ୍ଥା’ ପ୍ରସଙ୍ଗରେ ଟାର୍ଗେଟ୍‌ କରିବେ।

ଅନ୍ୟପକ୍ଷରେ ଅଧ୍ୟକ୍ଷ ଭାବରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ଲଢ଼ଇବାକୁ ଯାଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନର ଯଥେଷ୍ଟ ଆଗରୁ ହିଁ ଭଉଣୀ ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିସାରିଲେଣି। ଏହି ନିର୍ବାଚନ ତାଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକାରିବାର ଥିବାରୁ ସେ ବିଜୟ ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବା ନିଶ୍ଚିତ। ତେଣୁ ସେ ସଂସଦର ଶେଷ ଅଧିବେଶନରେ ହିଁ କିଛି ଜଲ୍‌ୱା ଦେଖାଇବାର ସମ୍ଭାବନା ରହିଛି।



from Odisha Reporter http://bit.ly/2SEGBbg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages