ଏକାଠି ଲଢ଼ିବାକୁ ବିଜେପି-ଶିବସେନାଙ୍କ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ଏକାଠି ଲଢ଼ିବାକୁ ବିଜେପି-ଶିବସେନାଙ୍କ ନିଷ୍ପତ୍ତି

ମୁମ୍ବାଇ: ଦୀର୍ଘ ୩ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ସମାଲୋଚନା କରୁଥିବା ଶିବସେନା ଶେଷରେ ଏନ୍‌ଡିଏ ସହ ମିଶି ନିର୍ବାଚନ ଲଢ଼ିବାକୁ ରାଜି ହୋଇଛି। ବିଜେପି ଓ ଶିବସେନା ଆଗାମୀ ଲୋକସଭା ନିର୍ବାଚନ ମହାରାଷ୍ଟ୍ରରେ ଏକାଠି ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଘୋଷଣା ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପସ୍ଥିତ ରହିଥିଲେ। ନିଷ୍ପତ୍ତି ଅନୁଯାୟୀ, ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ବଡ଼ ଭାଇ ଭୂମିକାରେ ରହିବ। ଅର୍ଥାତ ଏଠାରେ ବିଜେପି ୨୫ଟି ଆସନରେ ଲଢ଼ିବ। ସେହିପରି ଶିବସେନା ବାକି ୨୩ଟି ଆସନରେ ଲଢ଼ିବ। କିନ୍ତୁ ବିଧାନସଭାର ୨୮୮ଟି ଆସନରୁ ଉଭୟ ଦଳ ୫୦-୫୦ ସିଟ ବଣ୍ଟନ ଫର୍ମୁଲାରେ ରାଜି ହୋଇଛନ୍ତି।

ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଫଡ଼ନାଭିସ କହିଛନ୍ତି, “ଆମେ ଏକାଠି ନିଷ୍ପତ୍ତି ନେଇଛୁ ଯେ ବିଜେପି ଓ ଶିବସେନା ମିଳିତ ଭାବେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବେ।ଏବେ କିଛି ଲୋକ ଏକାଠି ହୋଇ ଆମ ବିରୋଧରେ ଲଢ଼ିବାକୁ ଆଗେଇ ଆସୁଛନ୍ତି। ତେଣୁ ଆମେ ମଧ୍ୟ ଏକାଠି ହୋଇ ନିର୍ବାଚନ ଲଢ଼ିବା ଭଲ ବୋଲି ବିଚାର କରି ଏହି ନିଷ୍ପତ୍ତି ନେଇଛୁ।”

ଅମିତ ଶାହ କହିଛନ୍ତି, “ ବିଜେପି ଓ ଶିବସେନା କର୍ମୀମାନେ ଦୁଇ ଦଳ ଏକାଠି ଲଢ଼ନ୍ତୁ ବୋଲି ଚାହୁଁଥିଲେ। ଆମେ ଏବେ ମେଣ୍ଟ କରିଛୁ। ଏଠାରେ ଆମେ ୪୫ଟି ଆସନ ଜିତିବୁ।”

୨୦୧୪ରେ ବିଜେପି ୨୬ଟି ଓ ସେନା ୨୨ଟି ଆସନରେ ନିର୍ବାଚନ ଲଢ଼ିଥିଲା। ତେବେ ବିଧାନସଭା ବେଳେ ଉଭୟ ଅଲଗା ଅଲଗା ଲଢ଼ିଥିଲେ। ବିଜେପି ୨୮୮ଟି ଆସନରୁ ଏକାକୀ ୧୨୩ଟିରେ ଜିତିଥିବା ବେଳେ ଶିବେସନା ୬୩ଟି ଆସନ ପାଇଥିଲା। ଏହାପରେ ଉଭୟ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିଥିଲେ।

ମେଣ୍ଟ କରିଥିଲେ ହେଁ ଶିବସେନା ସର୍ବଦା ବିଜେପିକୁ ଟାର୍ଗେଟ କରି ଆସୁଥିଲା।



from Odisha Reporter http://bit.ly/2TR2eCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages