୩ ବର୍ଷ ପର୍ଯ୍ୟନ୍ତ ସତେଜ ରହିବ ଇଡ୍‌ଲୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

୩ ବର୍ଷ ପର୍ଯ୍ୟନ୍ତ ସତେଜ ରହିବ ଇଡ୍‌ଲୀ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଇଡ୍‌ଲୀ ହେଉ କିମ୍ୱା ଗୁଜରାଟି ଖାଦ୍ୟ ଢୋକ୍‌ଲା। ଆପଣ ସଙ୍ଗେ ସଙ୍ଗେ ତିଆରି କରି ଖାଇଥାନ୍ତି। ହେଲେ ଏହାକୁ ସୁରକ୍ଷିତ କରି ଦୀର୍ଘଦିନ ସାଇତି ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ମୁମ୍ୱାଇ ୟୁନିଭରସିଟିର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡାକ୍ତର ବୈଶାଳୀ ବମ୍‌ବୋଲେ ଏପରି ଏକ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି, ଯାହା ମାଧ୍ୟମରେ ଆପଣ ଏହି ସବୁ ଖାଦ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବେ।

ବୈଶାଳୀ ଓ ତାଙ୍କ ଟିମ୍‌ ମିଶି ଏକ ନୂଆ ପଦ୍ଧତିର ଆରମ୍ଭ କରିଛନ୍ତି। ଯେଉଁଥିରେ ସିଝା ଖାଦ୍ୟ ଯେପରିକି ଯେପରିକି ଇଡ୍‌ଲି ଓ ଧଳା ଢୋକ୍‌ଲାକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ତଥା ତାଜା ରଖାଯାଇପାରିବ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଖାଦ୍ୟକୁ ସଂରକ୍ଷଣ କରି ରଖିବା ପାଇଁ ସେ କୌଣସି କେମିକାଲ୍‌ର ବ୍ୟବହାର କରିନାହାନ୍ତି ଏବଂ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବାର ଉପାୟ ବାହାର କରିଛନ୍ତି।

ତେବେ ବୈଶାଳୀ ବାହାର କରିଥିବା ଏହି ଟେକ୍ନୋଲୋଜି ଦ୍ୱାରା ସିଝା ଖାଦ୍ୟଗୁଡ଼ିକ ନରମ ରହିବା ସହିତ ଏହାର ନ୍ୟୁଟ୍ରିସନ୍‌ ଭାଲ୍ୟୁ ମଧ୍ୟ ଠିକ୍‌ ରହିପାରିବ।
ଏହି ଖାଦ୍ୟକୁ ପ୍ୟାକେଜିଂ ଜରିଆରେ ସଂରକ୍ଷଣ କରି ରଖାଯିବା ସହିତ ପ୍ରାକୃତିକ ଦୁର୍ବିପାକ ସମୟରେ ବଣ୍ଟନ ମଧ୍ୟ କରାଯାଇପାରିବ। ତେବେ ଏହି ଖାଦ୍ୟକୁ ପ୍ରାକୃତିକ ଦୁର୍ବିପାକ ସମୟରେ କେବଳ ୯୦ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରିହେବ ବୋଲି କୁହେ ତାଙ୍କ ଗବେଷଣା।

ବୈଶାଳୀଙ୍କର କହିବା ଅନୁସାରେ, “ଦୀର୍ଘ ୧୫ ବର୍ଷ ଧରି ଗବେଷଣା କରିବା ପରେ ମୁଁ electron beam irradiation (EBI) technologyର ଆବିଷ୍କାର କରିଥିଲି। ଏହି ଟେକ୍ନୋଲୋଜି ଜରିଆରେ ଖାଦ୍ୟ କୀଟାଣୁନାଶକ ରହିଥାଏ ଏବଂ ଖାଦ୍ୟ ଉପଯୋଗୀ ହୋଇଥାଏ।”

ଡାକ୍ତର ବୈଶାଳୀ ନିଜର ଏହି ଆଇଡିଆକୁ ୨୦୧୩ରେ Board of Radiation and Isotope Technology (BRIT) ସମ୍ମୁଖରେ ପ୍ରସ୍ତୁତ କରିଥିଲେ। ବୋର୍ଡ ତାଙ୍କର ଏହି ଉପାୟକୁ ଆଗକୁ ବଢ଼ିବା ପାଇଁ ସହମତି ଦେବା ସହିତ ୪୫ ଲକ୍ଷ ଟଙ୍କାର ସହାୟତା ରାଶିର ସାହାଯ୍ୟ ମଧ୍ୟ କରିଥିଲେ।
ଯେଉଁ ଟଙ୍କାରେ ଗବେଷଣା କରିବା ପାଇଁ ସେ ମୁମ୍ୱାଇରେ ଏକ ବାୟୋ-ନାନୋ ଲ୍ୟାବ୍‌ ଖୋଲିଥିଲେ।

ଭବିଷ୍ୟତରେ ଭାରତୀୟ ଖାଦ୍ୟ ପଦାର୍ଥକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରକିବା ଏବଂ ଏହାର ବ୍ୟବସାୟୀକରଣ କରିବା ପାଇଁ ଡାକ୍ତର ବୈଶାଳୀଙ୍କର ଲକ୍ଷ୍ୟ ରହିଛି।

 



from Odisha Reporter http://bit.ly/2TH1Nuq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages