ଇନ୍‌ଷ୍ଟାଗ୍ରାମ୍‌ରୁ ସ୍ୱାମୀଙ୍କ ନାମ ହଟାଇଦେଲେ ସୋନମ୍‌ କପୁର୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଇନ୍‌ଷ୍ଟାଗ୍ରାମ୍‌ରୁ ସ୍ୱାମୀଙ୍କ ନାମ ହଟାଇଦେଲେ ସୋନମ୍‌ କପୁର୍ !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର୍‌ ମେ ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ବିବାହ ପରେ ସୋନମ୍‌ ସୋଶାଲ ମିଡିଆରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ନାମ ସହିତ ସ୍ୱାମୀଙ୍କର ନାମକୁ ଯୋଡ଼ିଥିଲେ।

ଭାରତୀୟ ସଂସ୍କୃତି ଅନୁସାରେ ବିବାହ ପରେ ସ୍ୱାମୀଙ୍କ ସର୍‌ନେମ୍‌କୁ ନିଜ ନାମ ସହିତ ଯୋଡ଼ିବାର ପ୍ରଥା ରହିଛି। ତେଣୁ ସୋନମ୍‌ ତାଙ୍କ ନାମ ଇନଷ୍ଟାଗ୍ରାମରେ ସୋନମ୍‌ କପୁର୍‌ ଆହୁଜା ଦେଇଥିଲେ।

କିନ୍ତୁ ବର୍ତ୍ତମାନ ସୋନମ୍‌ ଇନ୍‌ଷ୍ଟାଗ୍ରାମରେ ନା କେବଳ ଟାଇଟେଲ୍‌କୁ ବଦଳାଇଛନ୍ତି ତାହା ନୁହେଁ, ସେ ତାଙ୍କ ନାମକୁ ମଧ୍ୟ ବଦଳାଇ ଦେଇଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଏହାର କାରଣ ମଧ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ସୋନମ୍‌ ତାଙ୍କର ନାମ ସୋନମ୍‌ କପୁର୍‌ ଆହୁଜାକୁ ପରିବର୍ତ୍ତନ କରି ‘ଜୋୟା ସିଂହ ସୋଲଙ୍କି’ ରଖିଛନ୍ତି।

ଆପଣ ଭାବୁଥିବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୋଧହୁଏ ଫାଟ ସୃଷ୍ଟି ହୋଇଛି। ସେଇଥିପାଇଁ ତାଙ୍କ ନାଁକୁ ସେ ବଦଳାଇ ଦେଇଛନ୍ତି। କିନ୍ତୁ ଜାଣିଛନ୍ତି, ସେମିତି କିଛି ବି ହୋଇନି।

ସୋନମ୍‌ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ ପାଇଁ ହିଁ ସୋନମ୍ ତାଙ୍କ ନାମକୁ ବଦଳାଇ ଦେଇଛନ୍ତି।  କାରଣ ଫିଲ୍ମରେ ତାଙ୍କର ନାମ ‘ଜୋୟା ସିଂହ ସୋଲଙ୍କି’ ରହିଛି।

ଏହି ଫିଲ୍ମରେ ରହିଛନ୍ତି, ଦଲବୀର୍‌ ସଲମାନ୍‌ ଏବଂ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି, ଅଭିଷେକ ଶର୍ମା।

ଦ’ ଜୋୟା ଫ୍ୟାକ୍ଟରର କାହାଣୀ ଅନୁଜା ଚୌହାନଙ୍କ ବହିକୁ ନେଇ ଆଧାରିତ ହୋଇଛି। ଫିଲ୍ମର କାହାଣୀ ଜଣେ ରାଜପୁତ ଝିଅକୁ ନେଇ ଲେଖା ଯାଇଛି, ଯାହାଙ୍କ ନାମ ଜୋୟା। ଯିଏ ଏକ ବିଜ୍ଞାପନ ଏଜେନ୍ସିରେ କାମ କରନ୍ତି।

ନିକଟରେ ସୋନମ୍‌ଙ୍କର ଫିଲ୍ମ ‘ଏକ ଲଡ୍‌କି କୋ ଦେଖା ତୋ ଐଶା ଲଗା’ ରିଲିଜ୍‌ ହୋଇଥିଲେ। ଯେଉଁଥିରେ ସେ ବାପା ଅନିଲ୍‌ କପୁର୍‌ଙ୍କ ସହିତ ଅଭିନୟ କରିଥିଲେ। କିନ୍ତୁ ବାପା-ଝିଅଙ୍କର ଯୋଡ଼ି ବକ୍ସ ଅଫିସରେ ଏତେଟା ସଫଳତା ଆଣି ପାରି ନ ଥିଲା।



from Odisha Reporter http://bit.ly/2S7WtP8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages