ସହିଦଙ୍କ ପରିବାର ପାଇଁ ଦିନକର ଦରମା ଦେଲେ ଓଡ଼ିଶା IPS - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ସହିଦଙ୍କ ପରିବାର ପାଇଁ ଦିନକର ଦରମା ଦେଲେ ଓଡ଼ିଶା IPS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍‌ଲାରେ ସହିଦ୍‌ ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା IPS ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ CRPF ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ପ୍ରଦାନ ପାଇଁ ଓଡ଼ିଶା IPS ସଂଘ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ନିଜ ନିଜ ଗାଁକୁ ପଠାଯାଇଛି। ସେମାନଙ୍କ ମରଶରୀରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା। ସହିଦଙ୍କ ପାର୍ଥିବ ଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ସହିଦ୍‌ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ।



from Odisha Reporter http://bit.ly/2tnIyut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages