ଗପ୍ଟିଲଙ୍କ ପୁଣି ଶତକ, ଦିନିକିଆ ସିରିଜ୍‌ ଆଗୁଆ କବଜା କଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଗପ୍ଟିଲଙ୍କ ପୁଣି ଶତକ, ଦିନିକିଆ ସିରିଜ୍‌ ଆଗୁଆ କବଜା କଲା ନ୍ୟୁଜିଲ୍ୟାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି। ଗପ୍ଟିଲଙ୍କ ଶତକକୁ ଆଧାର କରି ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ବାଂଲାଦେଶକୁ ଦ୍ୱିତୀୟ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ଫଳରେ ୩ଟିକିଆ ଦିନିକିଆ ସିରିଜ୍‌କୁ କିୱି ଟିମ୍‌ ଆଗୁଆ ୨-୦ରେ ଜିତି ନେଇଛି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଗପ୍ଟିଲ ୮୮ଟି ବଲ୍‌ରେ ୧୧୮ ରନ୍‌ କରିଥିବା ବେଳେ ଅଧିନାୟକ କେନ୍‌ ୱିଲିୟମସନ ୬୫ ଓ ରସ୍‌ ଟେଲର ୨୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଟସ୍‌ ହାରି ପ୍ରଥମ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ତାମିମ ଇକବାଲ ଓ ଲିଟନ୍‌ ଦାସ ମାତ୍ର ଯଥାକ୍ରମେ ୧ ଓ ୫ ରନ୍‌ କରି ପ୍ୟାଭିଲୟନ ଫେରିଥିଲେ। ସୌମ୍ୟ ସରକାର(୨୨) ଓ ମୁଶଫିକର ରହିମ(୨୪) ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ।

ତେବେ ମହମ୍ମଦ ମିଥୁନ (୫୭) ଓ ସବିର ରେହମାନ (୪୩) ନ୍ୟୁଜିଲ୍ୟାଣ୍ଡ ସ୍କୋରକୁ ୨୦୦ ପାର କରାଇବାରେ ସକ୍ଷମ ହୋଇଥିଲେ। ଏହି ଦୁଇ ଖେଳାଳି ଆଉଟ୍‌ ହେବା ପରେ ବାଂଲାଦେଶ ୪୯.୪ ଓଭର୍‌ରେ ୨୨୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

୨୨୭ ରନ୍‌ର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଓପନର ହେନରୀ ନିକୋଲସ (୧୪)ଙ୍କୁ ହରାଇଥିଲା। ତେବେ ଗପ୍ଟିଲ ଓ ୱିଲିୟମସନ୍‌ ପାଳି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଇତି ମଧ୍ୟରେ ଗପ୍ଟିଲ କ୍ରମାଗତ ଦ୍ୱିତୀୟ ଥର ପାଇଁ ତଥା ତାଙ୍କ ଦିନିକିଆ କ୍ୟାରିୟରର ୧୬ତମ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ୱିଲିୟମସନ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।

ଶତକ ପରେ ବଡ଼ ଶଟ ଖେଳିବା ଲୋଭରେ ଗପ୍ଟିଲ ୧୧୮ ରନ୍‌ କରି ମୁସ୍ତାଫିଜୁର ରେହମାନଙ୍କ ଶିକାର ହୋଇଥିଲେ। ଏହାପରେ କିନ୍ତୁ ୱିଲିୟମସନ ଓ ରସ୍‌ ଟେଲର ଦଳକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୧.୧ ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡ ପାଇଁ ବିଜୟର ମୁଣ୍ଡି ମାରିଥିଲେ।

ଦମଦାର ଇନିଂସ୍‌ ପାଇଁ ଗପ୍ଟିଲଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଗପ୍ଟିଲ ପ୍ରଥମ ଦିନିକିଆରେ ଅପରାଜିତ ୧୧୭ ରନ୍‌ର ଇନିଂସ୍‌ ଖେଳିଥିଲେ।



from Odisha Reporter http://bit.ly/2TRvvNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages