ଦିନେ ରାଜୀବ କୁମାରଙ୍କୁ ପସନ୍ଦ କରୁ ନଥିଲେ ମମତା ବାନାର୍ଜୀ, କିନ୍ତୁ ଏବେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଦିନେ ରାଜୀବ କୁମାରଙ୍କୁ ପସନ୍ଦ କରୁ ନଥିଲେ ମମତା ବାନାର୍ଜୀ, କିନ୍ତୁ ଏବେ…

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ସିବିଆଇ ପଞ୍ଝାରୁ ବଞ୍ଚାଇବା ପାଇଁ ଧାରଣାରେ ବସିଛନ୍ତି। ହେଲେ ଦିନେ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ ଆଦୌ ପସନ୍ଦ କରୁ ନଥିଲେ। ସେ ଶ୍ରୀ କୁମାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ବଦଳି କରିବାକୁ ମଧ୍ୟ ଚାହୁଁଥିଲେ। ହେଲେ ଏବେ ସମୟ ବଦଳିବା ସହ ସବୁ କିଛି ବଦଳି ଯାଇଛି।

୨୦୧୧ ମସିହା ମେ’ ୨୦ରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ରାଜୀବ କୁମାରଙ୍କ ସମ୍ପର୍କରେ ତଦନ୍ତ କରିଥିଲେ। ସେ ବିରୋଧୀଙ୍କୁ ସହଯୋଗ କରୁଥିବା ମଧ୍ୟ ମମତା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ତାଙ୍କୁ ତଳ ପଦବୀକୁ ବଦଳି କରିବାକୁ ଚାହିଁଥିଲେ। ହେଲେ କିଛି ଅଫିସର ଏପରି ନ କରିବାକୁ ମମତାଙ୍କୁ ପରାମର୍ଶ ଦେଇଥିଲେ। ଇତି ମଧ୍ୟରେ ୮ ବର୍ଷ ବିତି ଗଲାଣି। ଏହି ୮ ବର୍ଷ ମଧ୍ୟରେ ୧୯୮୯ ଆଇପିଏସ୍‌ ବ୍ୟାଚ୍‌ର ଅଧିକାରୀ ରାଜୀବ କୁମାର ଏମିତି କିଛି କାମ କରିଛନ୍ତି,ଯାହା ତାଙ୍କୁ ମମତା ବାନାର୍ଜୀଙ୍କ ସବୁଠାରୁ ବିଶ୍ୱସ୍ତ ଅଫିସରର ମାନ୍ୟତା ଦେଇଛି। ସେହି ବିଶ୍ୱାସ ବଳରେ ସେ ବିଧାନନଗର ଓ କୋଲକାତାର ପୁଲିସ୍‌ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଥିସହ ମମତା ଆଇପିଏସ୍‌ ରାଜୀବ କୁମାରଙ୍କୁ ବିଶ୍ୱର ସବୁଠାରୁ ଦକ୍ଷ ପୁଲିସ୍‌ ଅଫିସର କହିବାକୁ ମଧ୍ୟ ପଛାଇ ନାହାନ୍ତି। ଏବେ ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପାଖ ଲୋକ।

ସିଆଇଡିର ଏସ୍‌ଏସ୍‌ପି ଭାବେ ଶ୍ରୀ କୁମାର ୨୦୦୧ରେ ଖାଦିମ ଅପହରଣ ମାମଲାର ପର୍ଦ୍ଦାଫାସ କରିଥିଲେ। ୨୦୦୨ ୟୁଏସ୍‌ଆଇଏସ୍‌ ଘଟଣାରେ ମଧ୍ୟ ଶ୍ରୀ କୁମାରଙ୍କୁ ସଫଳତା ମିଳିଥିଲା। ଏଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥିଲା। କମ୍ପ୍ୟୁଟର ସାଇନ୍ସରେ ବିଏ କରିଥିବା ରାଜୀବ କୁମାର ହେଉଛନ୍ତି ଉତ୍ତର ପ୍ରଦେଶର ଅଧିବାସୀ। ତାଙ୍କ ପତ୍ନୀ ଜଣେ ଆଇଆରଏସ୍‌ ଅଫିସର।



from Odisha Reporter http://bit.ly/2t6AsXa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages