
ନୂଆଦିଲ୍ଲୀ: ସିବିଆଇ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହାଇଡ୍ରାମା ଥମିବାର ନାଁ ଧରୁନି। ସିବିଆଇ କୋଲକାତା ପୁଲିସ୍ ମୁଖ୍ୟଙ୍କୁ ଜେରା କରିବାକୁ ଚାହୁଁଥିବା ବେଳେ ମମତା ଏଥିରେ ପ୍ରତିବନ୍ଧକ ସାଜିଥିଲେ। ତେବେ ଆଜି ଦେଶର ସର୍ବୋଚ୍ଚ ସିବିଆଇ ଆବେଦନର ଶୁଣାଣି କରି ମମତାଙ୍କୁ ଶକ୍ତ ଝଟ୍କା ଦେଇଛନ୍ତି।
କୋଲାକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଏବେ ସିବିଆଇ ଜେରା କରିପାରିବ ହେଲେ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ରାୟ କାହା ସପକ୍ଷରେ ଗଲା, ତାକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ରାୟ ତାଙ୍କର ବିଜୟ ବୋଲି କହିଥିବା ବେଳେ ବିଜେପି ଏହା ସିବିଆଇର ବିଜୟ ବୋଲି କହିଛି।
ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ ରାୟ ପରେ କହିଛନ୍ତି, “ ଆମେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ୱାଗତ କରୁଛୁ। ଏହା ଆମର ନୈତିକ ବିଜୟ। ନ୍ୟାୟପାଳିକା ଓ ସମସ୍ତ ସଂସ୍ଥା ପ୍ରତି ଆମର ସମ୍ମାନ ରହିଛି। ଆମେ ବହୁତ କୃତଜ୍ଞ। ରାଜୀବ କୁମାର କେବେ କହିନଥିଲେ ସେ ତଦନ୍ତରେ ସାମିଲ ହେବେ ନାହିଁ ବୋଲି। ଆପଣମାନେ ଯଦି ସ୍ପଷ୍ଟୀକରଣ ପାଇବାକୁ ଚାହୁଁଛନ୍ତି, ତା’ହେଲେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ।
ରାଜୀବ କୁମାର ତଦନ୍ତରେ ସାମିଲ ହେବାକୁ ଚାହୁଁଥିଲେ ହେଁ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିଲା। ସିବିଆଇ ଗୁପ୍ତ ଅପରେସନ ଜରିଆରେ ରାଜୀବଙ୍କ ଘରକୁ ଯାଇଥିଲେ। କିନ୍ତୁ ଏଥିପାଇଁ କୌଣସି ନୋଟିସ ହୋଇ ନଥିଲା। ଏବେ କୋର୍ଟ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ତେଣୁ ଆମେ କୃତଜ୍ଞ।”
ଅନ୍ୟପକ୍ଷରେ ବିଜେପି ସୁପ୍ରିମକୋର୍ଟଙ୍କ ରାୟ ସିବିଆଇ ପାଇଁ ଏକ ବଡ଼ ବିଜୟ। ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ ଦୁର୍ନୀତି ବିରୋଧରେ ଏହା ଏକ ବଡ଼ ବିଜୟ। ଆଜି ସିବିଆଇର ନୈତିକ ବିଜୟ ହୋଇଛି। ଏବେ ସିବିଆଇ ତଦନ୍ତର ମୂଳରେ ପହଞ୍ଚିବ। ଏବେ ପୁଲିସ୍ କମିଶନର ରାଜୀବ କୁମାର ସିବିଆଇ ନିକଟରେ ହାଜର ହେବେ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଅଧିକାରୀମାନେ ଅଦାଲତ ଅବମାନନା ନୋଟିସର ଜବାବ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗ ଯାଉଥିବାରୁ ମମତା ବିଚଳିତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମାବେଶ ପାଇଁ କାହିଁକି ଛୋଟିଆ ସ୍ଥାନ ଦିଆଗଲା? କ’ଣ ପାଇଁ ଶାହ ଓ ଯୋଗୀଙ୍କ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଉ ନାହିଁ? ”
from Odisha Reporter http://bit.ly/2HRT1Ix
No comments:
Post a Comment