ଗ୍ୟାସ୍‌ ଲିକ୍‌ର ସୂଚନା ଦେଲା କୁକୁର, ଟଳିଗଲା ବଡ଼ଧରଣର ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଗ୍ୟାସ୍‌ ଲିକ୍‌ର ସୂଚନା ଦେଲା କୁକୁର, ଟଳିଗଲା ବଡ଼ଧରଣର ବିସ୍ଫୋରଣ

pit-bull

ନ୍ୟୁୟର୍କ: ନ୍ୟୁୟର୍କର ଏକ ପୋଷା ପିଟ୍‌ ବୁଲ୍‌ କୁକୁର ପାଇଁ ଗୋଟିଏ ପରିବାରର ଜୀବନ ବଞ୍ଚି ଯାଇଛି। ୧୧ ବର୍ଷର ଏହି କୁକୁର ଅସମ୍ଭବ କାମ କରି ଦେଖାଇଛି। ସିଡି ନାମକ ଏହି କୁକୁର ଘରେ ଗ୍ୟାସ୍‌ ଲିକ୍‌ ହେଉଥିବାର ସୂଚନା ପୁଲିସ୍‌କୁ ଦେଇଥିଲା। ଫଳରେ ଠିକ୍‌ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ରୋକାଯାଇ ପାରିଲା।

ପୁଲିସ୍‌ ସୂଚନା ଅନୁସାରେ, ମାଲିକଙ୍କ ସହ ସିଡି ନ୍ୟୁୟର୍କର ତୁକାହୋରେ ରହେ। ଘରର ବେସ୍‌ମେଣ୍ଟରେ ଗ୍ୟାସ୍‌ ଲିକ୍‌ ହେଉଥିବା ସିଡି ଶୁଙ୍ଘି ଜାଣିପାରି ଥିଲା। ଏହାପରେ ତୁକାହୋ ପୁଲିସ୍‌ ପାଖକୁ ଏକ କଲ୍‌ ଆସିଥିଲା। ଗତ ବୁଧବାର ଅପରାହ୍ଣ ୩ଟା ୪୫ ମିନିରେ ଆସିଥିବା ଏହି କଲ୍‌ରେ ଏକ କୁକୁର ଭୁକୁ ଥିବା ଶୁଣିବା ପରେ ଏହାକୁ ଟ୍ରାକ୍‌ କରି ପୁଲିସ୍‌ ଠିକଣାରେ ପହଞ୍ଚି ଥିଲା। ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ଘରର ପଛପଟ କବାଟ ସାମାନ୍ୟ ଖୋଲା ରହିଛି। ଅଫିସରମାନେ ଉକ୍ତ କବାଟ ଦେଇ ଘରେ ପଶିବା ବେଳେ ଗ୍ୟାସ୍‌ର ବାସ୍ନା ପାଇଥିଲେ। ଏହାପରେ ଇଷ୍ଟଚେଷ୍ଟର ଅଗ୍ନିଶମ ବିଭାଗ ସହାୟତାରେ ବେସ୍‌ମେଣ୍ଟରୁ ଗ୍ୟାସ୍‌ ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ। ପରେ ଏହାକୁ ଠିକ୍‌ କରାଯାଇଥିଲା।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, “କୁକୁରଟି ଏକ ବଡ଼ ଧରଣର ବିସ୍ଫୋରଣରୁ ଘରକୁ ବଞ୍ଚାଇବା ସହ ପରିବାର ଲୋକଙ୍କ ଜୀବନ ବଞ୍ଚାଇ ଦେଲା।” ଏନେଇ ଉକ୍ତ ଅଧିକାରୀ ଫେସ୍‌ବୁକ୍‌ରେ ପୋଷ୍ଟ କରି ସିଡିର ବାହାଦୂରୀକୁ ବର୍ଣ୍ଣନା କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, “ସିଡି ଶୁଙ୍ଘି କି ବିପଦକୁ ଜାଣିବା ଓ ସହାୟତା ନେଇ ଏହାର ସମାଧାନ କରିବା ଭଲି ବଡ଼ କାମ କରିଛ। ଯଦି ଆମକୁ କେବେ ‘K9’ ବା ପୁଲିସ କୁକୁରର ଆବଶ୍ୟକତା ପଡ଼େ, ତେବେ ତାଲିକାର ସବା ଉପରେ ତୁମ ନାଁ ରଖିବୁ।”

ଏହି ପୋଷ୍ଟଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହା ୧୦୦ରୁ ଅଧିକ କମେଣ୍ଟ ଓ ହଜାରେରୁ ଅଧିଲାଇକ୍‌ ପାଇଥିଲା।



from Odisha Reporter http://bit.ly/2GlNzfr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages