ଭୋଟ୍‌ ପାଇଁ ପ୍ରତିଯୋଗିତା: ଫୋକସ୍‌ରେ ଚାଷୀ, ମହିଳା ଓ ଯୁବବର୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଭୋଟ୍‌ ପାଇଁ ପ୍ରତିଯୋଗିତା: ଫୋକସ୍‌ରେ ଚାଷୀ, ମହିଳା ଓ ଯୁବବର୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ କିଣିବା ପାଇଁ ମାଳ ମାଳ ଯୋଜନା କରାଯାଉଛି। ଫୋକ୍‌ସରେ ରଖାଯାଇଛି ଚାଷୀ, ଯୁବବର୍ଗ ମହିଳା ଓ ଆଦିବାସୀ। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନାର ବର୍ଷା କରୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ମଧ୍ୟ ନୂଆ ନୂଆ ଯୋଜନା ଆଣୁଛନ୍ତି।

କୃଷକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ପ୍ରଣୟନ କରିଛନ୍ତି। ଠିକ୍‌ ସେମିତି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ‘ପିଏମ୍‌ କିଷାନ’ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ଟଙ୍କା ଯିବ। ସେହିପରି ଅନେକ ଯୋଜନା ପ୍ରଣୟନ କରିଛନ୍ତି ବିଜେଡି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର। ଯେମିତି ‘ମିଶନ ଶକ୍ତି’ ବନାମ ‘ଉଜ୍ଜ୍ୱଳା ଦିଦି’, ‘ଯୁବବାହିନୀ’ ବନାମ ‘ଧର୍ମପଦ ଡାଇଲଗ’, ‘ଆଦିବାସୀ ମହାଅଧିବେଶନ’ ବନାମ ‘ସ୍ୱତନ୍ତ୍ର ବିକାଶ ପରିଷଦ ସମ୍ମିଳନୀ’। ଏହି ସବୁ ଯୋଜନା ଚାଷୀ, ମହିଳା, ଯୁବ ଓ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଛି।

ରାଜ୍ୟ ସରକାର ‘କାଳିଆ’କୁ ନେଇ ଚାଷୀ ମହାସମାବେଶ କରୁଥିବା ବେଳେ ବିଜେପି ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ପ୍ରସଙ୍ଗ କରି ଆନ୍ଦୋଳନ କରୁଛି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ମଧ୍ୟ ଚାଷୀଙ୍କ ପାଇଁ ‘ପିଏମ୍‌ କିଷାନ’ ଯୋଜନା ଆଣିଛି। ମହିଳାଙ୍କ ଭୋଟ୍‌ ହାତେଇବା ପାଇଁ ‘ମିଶନ ଶକ୍ତି’ରେ ୭୦ ଲକ୍ଷ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ରାଜ୍ୟ ସରକାର ୧୫ ହଜାର ଟଙ୍କା ଲେଖାଏ ସିଡ୍‌ ମନି ଦେଉଛନ୍ତି। ଏପଟେ ଏହାକୁ ଟକ୍କର ଦେବାକୁ ଯାଇ ବିଜେପି କରୁଛି ‘ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ’। ଏହାବାଦ୍ ‘ଉଜ୍ଜ୍ୱଳା ଦିଦି’ଙ୍କୁ ଏକାଠି କରି ‘ମିଶନ ଶକ୍ତି’କୁ ଟକ୍କର ଦେଉଛି ବିଜେପି।

ଆଦିବାସୀଙ୍କ ପାଇଁ ୯ଟି ପଛୁଆ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରି ଆଦିବାସୀ ଭୋଟ ହାତେଇବାକୁ ବିଜେଡି ଉଦ୍ୟମ କରିଛି। ଆଉ ବିଜେପି ପୁରୀରେ ଆଦିବାସୀ ମୋର୍ଚ୍ଚା ମହାଅଧିବେଶନ କରି ତା’ର ଦମ୍‌ ଦେଖାଇଛି। ଯୁବକଙ୍କ ପାଇଁ ସରକାରୀ ବ୍ୟାନରରେ କାମ କରୁଥିବା ବିଜୁ ଯୁବ ବାହିନୀ ସଭ୍ୟଙ୍କୁ ଟଙ୍କା, ମୋବାଇଲ ଓ ବିଦେଶ ଭ୍ରମଣର ପ୍ଲାନକୁ ଗ୍ରହଣ କରିପାରୁନି ବିଜେପି। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ନୂଆ ଓଡ଼ିଶା ଗଠନର ନାରା ଦେଇ ଆରମ୍ଭ କରିଛି ‘ଧର୍ମପଦ ଡାଇଲଗ’।

ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଉଦ୍ୟମ କରୁଛି। କିନ୍ତୁ ନୂଆ ଭୋଟରମାନେ ଭଲ ଭାବେ ଜାଣିଛନ୍ତି, ବିଜେପି ସେମାନଙ୍କ ପାଇଁ କିଛି କରିନାହିଁ। ଚାଷୀ, ଆଦିବାସୀଙ୍କ ପାଇଁ ବିଜେପିର ହୃଦୟ ନାହିଁ।”

ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି, “ବିଜେପି କଣ କରୁଛି, ସେଥିରେ ବିଜେଡି ସହିତ କୌଣସି ସମ୍ପର୍କ ନାହିଁ। ନିର୍ବାଚନ ସମୟରେ ଯେତେବେଳେ ୪ କୋଟି ଓଡ଼ିଆ ପଚାରିବେ, ସେତେବେଳେ ନବୀନ ବାବୁ ଜାଣିପାରିବେ।”

କେନ୍ଦ୍ର କିମ୍ବା ରାଜ୍ୟରେ ସରକାରରେ ନ ଥିବାରୁ ଏହି ଯୋଜନା ରେସ୍‌ରେ ପଛରେ ପଡିଛି କଂଗ୍ରେସ। ତେବେ ବିଜେଡି ଓ ବିଜେପି ଭିତରେ ପ୍ରତିଯୋଗିତାକୁ ଦଳ ସମାଲୋଚନା କରିଛି। ଏପଟେ ଏହି ୪ ବର୍ଗକୁ ଆକୃଷ୍ଟ କରିବାକୁ ଦଳର ହାଇକମାଣ୍ଡ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2TeVCB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages