ଘରେ ପ୍ରସ୍ତୁତ କରନ୍ତୁ ପିଆଜ ଶଣ୍ଢା ଚିକେନ୍‌ କଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଘରେ ପ୍ରସ୍ତୁତ କରନ୍ତୁ ପିଆଜ ଶଣ୍ଢା ଚିକେନ୍‌ କଷା

chiken

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ ଶଣ୍ଢା ପେଷ୍ଟ୍‌, ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ, ଜିରା ପାଉଡର, ଧନିଆ ପାଉଡର, ତେଲ, ପୁଦିନା ପେଷ୍ଟ୍‌, ଗୋଟା ଗରମ ମସଲା, ଟମାଟୋ ପେଷ୍ଟ୍‌ ଓ ମଟର ଛୁଇଁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତାପରେ ସେଥିରେ ପିଆଜ ଶଣ୍ଢା ବଟା, ଲୁଣ, ହଳଦୀ ପକାଇ ଗୋଲାଇ ଦେଇ କିଛି ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ। ତାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା ପକାନ୍ତୁ। ତାପରେ ପିଆଜ ଶଣ୍ଡା ପେଷ୍ଟ୍‌, ଅଦାରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ। ମସଲା କଷିହେବା ପରେ ସେଥିରେ ଟମାଟର ପେଷ୍ଟ୍‌ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।
ମସଲା କଷି ହୋଇଯିବା ପରେ ମ୍ୟାରିନେଟ୍‌ ହୋଇଥିବା ଚିକେନ୍‌କୁ ସେଥିରେ ପକାନ୍ତୁ। ତାପରେ ଜିରା ପାଉଡର ଓ ଧନିଆ ପାଉଡର ପକାଇ କଷନ୍ତୁ। ମାଂସ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ତାପରେ ତାକୁ ସିଝିବାକୁ ଛାଡ଼ି ଦିଅନ୍ତୁ ମାଂସ ସିଝିଯିବା ପରେ ସେଥିରେ ମଟର ଛୁଇଁ ଓ ପୁଦିନା ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ଦୁଇ ତିନି ପରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ଶଣ୍ଢା ଚିକେନ୍‌ କଷା।



from Odisha Reporter http://bit.ly/2SimDUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages