କୁମ୍ଭରେ ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

କୁମ୍ଭରେ ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ମୋଦି

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳା ଅବସରରେ ପବିତ୍ର ବୁଡ଼ ପକାଇବା ସହିତ ଅଭିନବ ଉପାୟରେ ସଫେଇ କର୍ମଚାରୀଙ୍କ ପ୍ରତି ସମ୍ମାନ ଜଣାଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ସ୍ୱଚ୍ଛ କୁମ୍ଭ ସ୍ୱଚ୍ଛ ଆଭାର’ ପୁରସ୍କାର ଦିଆଯିବା ଅବସରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ମୋଦି ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପୂର୍ବକ ସେମାନଙ୍କ ପାଦ ଧୋଇଥିଲେ।

ସେ ତଳେ ବସି ଚଉକିରେ ବସିଥିବା ୫ ଜଣ ବିଜେତାଙ୍କ ଗୋଡ଼ ଧୋଇବା ସହିତ ପୋଛିବାର ଦୃଶ୍ୟ ଦେଖି ସମସ୍ତେ ଅବାକ୍‌ ହୋଇଯାଇଥିଲେ।


ଏତେବଡ଼ ଆୟୋଜନ ଏବଂ ଏତବଡ଼ ସ୍ଥାନକୁ ସ୍ୱଚ୍ଛ ରଖିବା କାଠିକର ପାଠ ହୋଇଥିବାବେଳେ ଏହା ସମ୍ଭବପର ହୋଇଥିବା ଦେଖି ମୋଦି କହିଥିଲେ, ୨୦ ହଜାର ଡଷ୍ଟବିନ୍‌ ଏବଂ ୧ ଲକ୍ଷ ପାଇଖାନା, ଆଶ୍ଚର୍ଯ୍ୟ ଲାଗୁଛି ସଫେଇ କର୍ମଚାରୀମାନେ କେତେ ପରିଶ୍ରମ କରିଛନ୍ତି।

ସେମାନଙ୍କୁ କର୍ମଯୋଗୀ କହି ତାଙ୍କ ଉଦ୍‌ବୋଧନରେ ମୋଦି କହିଥିଲେ, “ଏହି ସଫେଇ କର୍ମଚାରୀମାନେ ମୋ ଭାଇ ଏବଂ ଭଉଣୀମାନେ। ସେମାନେ ଭୋରୁ ଉଠିବା ସହିତ ଡେରି ରାତିରେ ଶୋଉଥିଲେ କେବଳ ଏହି ଅଞ୍ଚଳର ପରିମଳ ପାଇଁ। ସେମାନେ ତ ପ୍ରଶଂସା ବି ଦରକାର କରନ୍ତି ନାହିଁ। ଏହି ଘଟଣା ମୋର ସବୁଦିନ ପାଇଁ ମନେ ରହିବ।”



from Odisha Reporter https://ift.tt/2Te0MwR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages