
ଶ୍ରୀନଗର: ଜମ୍ମୁକଶ୍ମୀର କୁଲ୍ଗାମ୍ ଜିଲ୍ଲାର ତାରିଗାମ୍ ଅଞ୍ଚଳରେ ସଂଘଟିତ ଗୁଳି ବିନିମୟରେ ଜଣେ ଡିଏସ୍ପି ପାହ୍ୟାର ଜଣେ ପୁଲିସ୍ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିରେ ୩ ଜଣ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଗୁଇନ୍ଦା ସୂଚନା ଆଧାରରେ ସିଆରପିଏଫ୍ ଏବଂ ପୁଲିସ ଏସ୍ଓଜିର ମିଳିତ ଅପରେସନ୍ ସମୟରେ ଏଭଳି ଗୁଳି ବିନିମୟ ଘଟିଥିଲା। ଯେଉଁଥିରେ ଡିଏସ୍ପି ଅମନ୍ ଠାକୁରଙ୍କ ବେକରେ ଗଭୀର ଆହତ ଲାଗିଥିଲା। ତାଙ୍କୁ ସେନା ହସ୍ପିଟାଲ ନିଆଯିବା ବାଟରେ ହିଁ ସେ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ହାବଲଦାର ସୋମବୀର ନାମକ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।
ଜଣେ ମେଜରଙ୍କ ସମେତ ଆହତ ଯବାନମାନେ ବର୍ତ୍ତମାନ ସୁସ୍ଥ ଥିବାବେଳେ ନିହତ ଆତଙ୍କୀଙ୍କ ପରିଚୟ ଏଯାଏ ମିଳିପାରିନାହିଁ।
from Odisha Reporter https://ift.tt/2VaCG3E
No comments:
Post a Comment