ବିତିଗଲା ୧୧ ଦିନ: ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ବିତିଗଲା ୧୧ ଦିନ: ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଟକ /ଜଗତସିଂହପୁର/ନୀଳଗିରି (ଓଡ଼ିଶା ରିପୋର୍ଟର) ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଦୁଇ ସହିଦ୍‌ଙ୍କ ଗାଁରେ ଆଜି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ବୀର ବାପ ଭଳି ଶତ୍ରୁ ବିରୋଧରେ ଯୁଦ୍ଧକୁ ଓହ୍ଲାଇବ ପୁଅ। ବାପ ସିନା ଶତ୍ରୁ ରାଷ୍ଟ୍ରର ଭୀରୁତାପୂର୍ଣ୍ଣ ଷଡ଼ଯନ୍ତ୍ରରୁ ସହିଦ୍‌ ହେଲା। ପୁଅ ମାଟି ମାଆ ପାଇଁ ସିଧା ଲଢ଼ିବ, ଭୀରୁ ଶତ୍ରୁ ସେନାର ଛାତି ହେବ ତା ବନ୍ଧୁକର ଶେଷ ନିଶାନା। ଇଏ ହେଉଛି ସହିଦ୍‌ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କ ଇଚ୍ଛା।

ଜଗତ୍‌ସିଂହପୁର ପାରିଶିଖର ଗାଁରେ ବାପାଙ୍କ ଏକାଦଶାହ ପାଳନ ଅବସରରେ ପୁଅ ବି ପଣ କରିଛି ସୁଯୋଗ ମିଳିଲେ ଦେଶ ପାଇଁ ଲଢ଼ିବ। ସେପଟେ ପୁଅକୁ ସିଆର୍‌ପିଏଫ୍‌ରେ ଭର୍ତ୍ତି କରିବା ଲାଗି ସହିଦ୍‌ ପ୍ରସନ୍ନଙ୍କ ପତ୍ନୀ ମୀନାଙ୍କ ସାହସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁରକ୍ଷାକର୍ମୀ ଓ ସହିଦ୍‌ଙ୍କ ବୀରତା ଓ ସ୍ପର୍ଦ୍ଧାକୁ ମନେପକାଇବା ବେଳେ ଦେଶ ମୀନାଙ୍କ ସାହସକୁ ସଲାମ୍ କରୁଛି ବୋଲି କହିଛନ୍ତି ମୋଦି।

ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ୍‌ ଆଉ ଜଣେ ବୀର କଟକ ରତନପୁରର ରତ୍ନ ମନୋଜ ବେହେରାଙ୍କୁ ମଧ୍ୟ ଶତ ପ୍ରଣାମ କରିଛି ଏ ଜାତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସହିଦ୍‌ ଦୁଇ ଓଡ଼ିଆ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତିଳତର୍ପଣ କରାଯାଇଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଏଥିସହ  ସହିଦ୍‌ଙ୍କ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରାଯାଇଥିଲା।



from Odisha Reporter https://ift.tt/2EvcKtZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages