ପାକ୍‌ ସହ ମ୍ୟାଚ୍‌ ଖେଳିବା ସପକ୍ଷରେ ସଚିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ପାକ୍‌ ସହ ମ୍ୟାଚ୍‌ ଖେଳିବା ସପକ୍ଷରେ ସଚିନ୍‌

ନୂଆଦିଲ୍ଲୀ: ପାକିସ୍ତାନ ସହ ବିଶ୍ୱକପ୍‌ରେ ମ୍ୟାଚ୍‌ ନ ଖେଳିବାକୁ ଦାବି ହେଉଥିବା ବେଳେ କିମ୍ବଦନ୍ତୀ କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକର କିନ୍ତୁ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନକୁ ମାଗଣାରେ ୨ ପଏଣ୍ଟ ଦେବା ଠିକ୍‌ ନୁହେଁ। ଭାରତ ଯଦି ବିଶ୍ୱକପ୍‌ରେ ପାକିସ୍ତାନ ସହ ନ ଖେଳୁଛି, ତା’ହେଲେ ଏହା ପାକିସ୍ତାନକୁ ଫାଇଦା ଦେବ। ତେଣୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏଭଳି ମାଗଣା ପଏଣ୍ଟ ଦେବା ଆଦୌ ଠିକ୍‌ ନୁହେଁ ବୋଲି ସଚିନ୍‌ ମତ ଦେଇଛନ୍ତି।

ସଚିନ୍‌ ତେନ୍ଦୁଲକର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଭଳି ବିଶ୍ୱକପ୍‌ରେ ଭାରତ ପ୍ରତିପକ୍ଷ ପାକିସ୍ତାନ ସହ ଖେଳି ତାକୁ ହରାଇ ପୁଲୱାମା ହମ୍‌ଲାର ବଦଲା ନେବା ଦରକାର ବୋଲି କହିଛନ୍ତି।

ସଚିନ କହିଛନ୍ତି, “ଭାରତ ପ୍ରତିଟି ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଛି। ଏବେ ଆଉ ଥରେ ତାକୁ ହରାଇବାର ସମୟ ଆସିଛି। ପାକିସ୍ତାନ ସହ ନ ଖେଳି, ତାକୁ ମାଗଣାରେ ଗୋଟିଏ ପଏଣ୍ଟ ଦେବା ଉଦ୍ୟମକୁ ମୁଁ ବ୍ୟକ୍ତିଗତ ଭାବେ ନାପସନ୍ଦ କରୁଛି। ଏହି ଦୁଇ ପଏଣ୍ଟ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ବହୁତ ସହଯୋଗ କରିବ। ତେବେ ମୋ ପାଇଁ ସର୍ବଦା ମୋ ଦେଶ ଆଗ। ଦେଶ ଯାହା ନିଷ୍ପତ୍ତି ନେବ, ସେ କଥାରେ ମୁଁ ଏକମତ ହେବି।”



from Odisha Reporter https://ift.tt/2EolX7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages