କାଲି ରାଜଧାନୀରେ ଏକାଠି ହେବେ ‘ଉଜ୍ଜ୍ୱଳା ଦିଦି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

କାଲି ରାଜଧାନୀରେ ଏକାଠି ହେବେ ‘ଉଜ୍ଜ୍ୱଳା ଦିଦି’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ତୈଳ ବିପଣନ କମ୍ପାନୀ ‘ଉଜ୍ଜ୍ୱଳା ଦିଦି’ ଭଳି ପରିକଳ୍ପନା ନେଇ ଆସିଛି। ‘ଉଜ୍ଜ୍ୱଳା ଦିଦି’ମାନେ ହେଉଛନ୍ତି ଗ୍ରାମୀଣ ମହିଳା ଉପଭୋକ୍ତା। ଏମାନେ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା’ (ପିଏମ୍‌ୟୁୱାଇ) ଉପଭୋକ୍ତାଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଯେଉଁମାନେ ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି। ଏହି ଦିଦିମାନେ ଗ୍ରାମୀଣ ପରିବାରର ‘ଶକ୍ତି’ ଆବଶ୍ୟକତାକୁ ଭଲ ଭାବରେ ବୁଝିପାରନ୍ତି। ଏହି ବଦଳିଥିବା ଶକ୍ତି(ଉଜ୍ଜ୍ୱଳା ଦିଦି)ର ପ୍ରଭାବ ଗ୍ରାମୀଣ ମହିଳାଙ୍କ ଜୀବନ ତଥା ସେମାନଙ୍କ ପରିବାରରେ କିପରି ପରିବର୍ତ୍ତନ ଆଣିପାରିଛି ସେ ବିଷୟରେ ବିଶ୍ଳେଷଣ କରିପାରିଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ୧୦,୦୦୦ ରୁ ଅଧିକ ‘ଉଜ୍ଜ୍ୱଳା ଦିଦି’ଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ସମଗ୍ର ଓଡ଼ିଶାରେ ମୂଳସ୍ତରରେ ଉର୍ଜା ବାହକ ଭାବେ କାର୍ଯ୍ୟ କରିବେ। ଏହି ସମସ୍ତ ଦିଦିମାନଙ୍କୁ ନେଇ ଆସନ୍ତାକାଲି ଭୁବନେଶ୍ୱର ମଞ୍ଚେଶ୍ୱର ରେଲୱେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।

ସ୍ୱତନ୍ତ୍ର ଭାରତ ଇତିହାସରେ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା’ ହେଉଛି କେନ୍ଦ୍ର ସରକାରଙ୍କ ସବୁଠାରୁ ସଫଳ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହା ମେ’ ୧ ତାରିଖରେ ଉତ୍ତରପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ଆର୍ଥିକ ପଛୁଆବର୍ଗର ୬.୫ କୋଟିରୁ ଅଧିକ ଲୋକଙ୍କ ପାଖରେ ଏଲ୍‌ପିଜି ପହଞ୍ଚି ସାରିଲାଣି।

ଓଡ଼ିଶାର ପ୍ରତିଘରେ ଏଲ୍‌ପିଜି ବ୍ୟବହାରରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୧୪ ମସିହା ଜୁନରୁ ୨୦୧୯ ମସିହା ଭିତରେ ୨୦ ଲକ୍ଷରୁ ବୃଦ୍ଧି ଘଟି ୭୮ ଲକ୍ଷରେ ପହଞ୍ଚିଛି। ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା’ (ପିଏମ୍‌ୟୁୱାଇ) ଓଡ଼ିଶାର ସମ୍ବଲପୁରଠାରେ ୨୦୧୬ ମସିହା ଜୁନ ୨୦ ତାରିଖରେ ଶୁଭାରମ୍ଭ କରାଯାଇଥିଲା। ଅଢ଼େଇ ବର୍ଷରେ ଓଡ଼ିଶାରେ ଗରିବ ମହିଳାମାନଙ୍କୁ ବିନା କୌଣସି ସୁରକ୍ଷା ଜମା ରାଶିରେ ୩୯ ଲକ୍ଷ ପିଏମ୍‌ୟୁୱାଇ ସଂଯୋଗୀକରଣ ଦିଆଯାଇଛି। ଯାହାକି ସମଗ୍ର ରାଜ୍ୟର ଦିଆଯାଇଥିବା ଏଲ୍‌ପିଜି ଉପଭୋକ୍ତାଙ୍କ ୫୦% ହେବ। ଓଡ଼ିଶାରେ ମୋଟ୍‌ ଏଲ୍‌ପିଜି ବ୍ୟବହାରକାରୀ ୨୦୧୪ ଜୁନ ମାସଠାରୁ ୨୦% ବୃଦ୍ଧି ଘଟି ୭୩% ରେ ପହଞ୍ଚିଛି।



from Odisha Reporter https://ift.tt/2VdhDxm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages