ଇସ୍ରୋର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ନୂତନ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଇସ୍ରୋର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ନୂତନ କମ୍ପାନୀ

ନୂଆଦିଲ୍ଲୀ: ଇସ୍ରୋର ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ କାର୍ଯ୍ୟ ସମ୍ବନ୍ଧିତ ବ୍ୟବସାୟିକ କାର୍ଯ୍ୟ ପାଇଁ ନୂତନ କମ୍ପାନୀ ଗଠନ ପରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଡିପାର୍ଟମେଣ୍ଟ ଅଫ୍‌ ସ୍ପେଶ୍‌ ଅଧୀନରେ ଗଠନ କରାଯିବ।

ଇସ୍ରୋର ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସାୟିକରଣ କରାଯିବାକୁ ଥିବାବେଳେ ଏହାର କ୍ଷୁଦ୍ର ସ୍ୟାଟେଲାଇଟ୍‌ ନିର୍ମାଣ ଟେକ୍ନୋଲୋଜି ଘରୋଇ ଉଦ୍ୟୋଗଙ୍କୁ ହସ୍ତାନ୍ତର କରାଯିବ, ଘରୋଇ ଉଦ୍ୟୋଗଙ୍କ ସହିତ ମିଶି ସ୍ମଲ ସ୍ୟାଟେଲାଇଟ୍‌ ଲଞ୍ଚ ଭେଇକିଲ୍ ନିର୍ମାଣ କରାଯିବ ଏବଂ ପୋଲାର ସ୍ୟାଟେଲାଇଟ୍‌ ଲଞ୍ଚ ଭେଇକିଲ୍ ନିର୍ମାଣ କରାଯିବ। ଏତଦ୍‌ବ୍ୟତୀତ ଭାରତରେ ଏବଂ ଭାରତ ବାହାରେ ଏହି ଟେକ୍ନୋଲୋଜିର ବ୍ୟବସାୟିକ ବିକଳ୍ପ ବିକାଶ କରାଯିବ।

ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି, “ବର୍ତ୍ତମାନ ଲଞ୍ଚ ଭେଇକିଲ୍‌ର ୮୦ରୁ ୯୦ ପ୍ରତିଶତ କାମ ବିଭିନ୍ନ ଶିଳ୍ପ ଉଦ୍ୟୋଗରେ ନିର୍ମାଣ କରାଯାଉଛି। ଏହା ଉଭୟ ଘରୋଇ ଏବଂ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନିର୍ମାଣ କରୁଛନ୍ତି। କେବଳ ଜଟିଳ ଅଂଶ ସବୁ ଇସ୍ରୋ ନିର୍ମାଣ କରିଥାଏ। ୯୦% ଯନ୍ତ୍ରାଂଶ କିଣିବା ପରେ ଶ୍ରୀହରିକୋଟ୍ଟାଠାରେ ଚୂଡ଼ାନ୍ତ କାମ କରାଯାଇଥାଏ।”

ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଇସ୍ରୋ କେବଳ ଭେଇକିଲ୍‌ ଇଣ୍ଟିଗ୍ରସନ୍‌, ଭେଇକିଲ ଇଞ୍ଜିନିୟରିଂ, ମିଶନ୍‌ ଡିଜାଇନ୍‌, ଲଞ୍ଚ ଏବଂ କ୍ୱାଲିଟି ସହାୟତା ଆଦି ଦାୟିତ୍ୱ ନିଜେ ତୁଲାଉଛି। କିନ୍ତୁ ସେ କହିବା ଅନୁଯାୟୀ ବିଭିନ୍ନ କମ୍ପାନୀଙ୍କୁ ଏହି କାର୍ଯ୍ୟକ୍ରମ ସବୁରେ ସାମିଲ କରିବା ପାଇଁ ଇସ୍ରୋ ଆଗ୍ରହୀ ଅଛି। ହାଲ୍‌ ଏବଂ ଏଲ ଆଣ୍ଡ୍‌ ଟି ସହିତ ଇସ୍ରୋ ଏମ୍‌ଓୟୁ ସାଇନ୍‌ କରିଛି। ଏହାଦ୍ୱାରା ଭାରତ ସରକାରଙ୍କ ପାଇଁ ଅନ୍ୟାନ୍ୟ ସେବା ମଧ୍ୟ ବିକଶିତ କରାଯିବ।



from Odisha Reporter https://ift.tt/2IrmfhX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages