ଲଞ୍ଚ୍ ହେଲା ବିଶ୍ୱର ପ୍ରଥମ ୫ ରିୟର କ୍ୟାମେରା ବିଶିଷ୍ଟ ଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଲଞ୍ଚ୍ ହେଲା ବିଶ୍ୱର ପ୍ରଥମ ୫ ରିୟର କ୍ୟାମେରା ବିଶିଷ୍ଟ ଫୋନ୍

ନୂଆଦିଲ୍ଲୀ: ସ୍ପେନ୍‌ର ବାର୍କେଲୋନାଠାରେ ଆୟୋଜିତ ଚଳିତ ବର୍ଷର ମୋବାଇଲ୍ ୱାର୍ଲଡ୍ କଂଗ୍ରେସ୍ ୨୦୧୯(MWC 2019)ରେ ବିଶ୍ୱର ପ୍ରଥମ ୫ ରିୟର କ୍ୟାମେରା ବିଶିଷ୍ଟ ସ୍ମାର୍ଟ ଫୋନ୍‌କୁ ବଜାର ପ୍ରବେଶ କରାଯାଇଛି। ଏହି ଫୋନ୍‌କୁ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ମୋବାଇଲ୍ ମାନୁଫ୍ୟାକ୍ଚରିଂ କମ୍ପାନୀ ହିଁ ପ୍ରଦର୍ଶିତ କରିଛି ଯାହାକି ନୋକିଆ ଫୋନ୍‌ ପାଇଁ ଲୋକପ୍ରିୟ। ସୂଚନା ଅନୁସାରେ ଏହି ଫୋନ୍‌ଟିର ନାମ  Nokia 9 PureView ରହିଛି। ଏହା ବ୍ୟତୀତ କମ୍ପାନୀ ଗୋଟିଏ ଫିଚର ଫୋନ୍‌ Nokia 210  ଓ ଆଉ ୩ଟି ସ୍ମାର୍ଟଫୋନ୍‌ Nokia 4.2, Nokia 3.2 ଓ Nokia 1.1 Plus ମଧ୍ୟ ବଜାର ପ୍ରବେଶ କରାଇଛି।

Nokia 210 ର ଫିଚର କଥା କହିଲେ ଏହାର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି ଏଥିରେ ଇଣ୍ଟରନେଟ ଆକ୍ସେସ୍ ସପୋର୍ଟ ଓ ନିଜର ଆପ ଷ୍ଟୋର ଦିଆଯାଇଛି। ଏହାର ମୂଲ୍ୟ ପାଖାପାଖି ୨,୫୦୦ ଟଙ୍କା ରହିଛି। Nokia 1.1 Plus କଥା କହିଲେ ଏହା Nokia 1ର ହିଁ ଅପଗ୍ରେଡ୍‌ ଭର୍ସନ୍। ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ଏହା ଏକ ଏଣ୍ଟ୍ରି ଲେଭଲ୍ ଆଣ୍ଡ୍ରଏଡ ଗୋ ଡିଭାଇସ୍‌। ଏଥିରେ ୧ଜିବି ରାମ ଓ ୧୬ ଜିବି ଷ୍ଟୋରେଜର ସୁବିଧା ରହିଛି। କମ୍ପାନୀ ଏହାର ମୂଲ୍ୟ ୯୯ ଡଲାର (ପାଖାପାଖି ୭ ହଜାର ଟଙ୍କା) ରଖିଛି।

ସେହିପରି Nokia 4.2 ଓ  Nokia 3.2 କଥା କହିଲେ ଏହି ଦୁଇଟି ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ୱାନ୍ ସ୍ମାର୍ଟଫୋନ୍‌।। ଏଥିରେ ଟ୍ରେଣ୍ଡି ୱାଟରଡ୍ରପ ନଚ୍‌ ଦିଆଯାଇଛି। ବିଶେଷ କଥା ଯେ ଏହି ଫୋନ୍‌ର ପାୱର ବଟନ ସହିତ ଏକ ନୋଟିଫିକେଶନ୍ ଲାଇଟ୍‌ ସୁବିଧା ରହିଛି। Nokia 4.2ରେ ୫.୭ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି। Nokia 3.2ରେ ୬.୨ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି। ଏଗୁଡ଼ିକର ଦାମ୍‌ କ୍ରମଶ USD 169(ପାଖାପାଖି ୧୨ ହଜାର ଟଙ୍କା) ଓ USD 139(ପାଖାପାଖି ୯ହଜାର ୮୭୦ ଟଙ୍କା) ରଖାଯାଇଛି।

ଶେଷରେ Nokia 9 PureView କଥା କହିଲେ ଏହି ସ୍ମାର୍ଟଫୋନ୍‌ର ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଏହା ଦୁନିଆର ପ୍ରଥମ ସ୍ମାର୍ଟ ଫୋନ୍‌ ଯେଉଁଥିରେ କି ୫ଟି ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ରହିଛି। କମ୍ପାନୀ ଏହାର ମୂଲ୍ୟ USD 699 (ପାଖାପାଖି ୫୦ ହଜାର ଟଙ୍କା) ରଖିଛି। ୫ଟି ଯାକ କ୍ୟାମେରା ୧୨ ମେଗାପିକ୍ସେଲ f/1.8 ସେନ୍ସର୍ସ ବିଶିଷ୍ଟ। ଏଥି ମଧ୍ୟରୁ ୩ଟି ମନୋକ୍ରୋମ ଲେନ୍ସ ଓ ୨ଟି RGB ଲେନ୍ସ। ଏହି ୫ଟି କ୍ୟାମେରା ଏକାସହ ଫଟୋ କ୍ଲିକ କରନ୍ତି ଓ ଶେଷରେ ସବୁ ମିଶାଇ ଗୋଟିଏ ଫଟୋ ଜେନେରେଟ କରନ୍ତି। ଅହି ସ୍ମାର୍ଟ ଫୋନ୍‌ରେ ୫.୯ ଇଞ୍ଚର 2K pOLED ଡିସପ୍ଲେ ଦିଆଯାଇଛି। ଏହି ଫୋନରେ ୬ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି।



from Odisha Reporter https://ift.tt/2ICwZtK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages