ସାର୍ ଆପଣ କୋଉ PRESSରେ କାମ କରନ୍ତି? ବାବୁଙ୍କ ଉତ୍ତର ଶୁଣି ଟ୍ରାଫିକ୍ ପୋଲିସ୍ କୋମାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ସାର୍ ଆପଣ କୋଉ PRESSରେ କାମ କରନ୍ତି? ବାବୁଙ୍କ ଉତ୍ତର ଶୁଣି ଟ୍ରାଫିକ୍ ପୋଲିସ୍ କୋମାରେ

ସନ୍ତକ

ସିଲୁବାବୁ ଓ ବିଲୁବାବୁ ବହୁତ ପୁରୁଣା ବନ୍ଧୁ। ଦୁହେଁ ଗୋଟିଏ ଗାଁର ପିଲା। ଗୋଟିଏ ସ୍କୁଲରେ ପଢୁଥିଲେ। ବଡ଼ ହେଲା ପରେ କିନ୍ତୁ ଯିଏ ଯୁଆଡେ ଯାଇଥିଲେ ଯେ, ଏବେ ନିକଟରେ ପୁଣି ଦୁହିଁଙ୍କ ଭିତରେ ଭେଟ ହେଲା।

ଆଜି ସିଲୁବାବୁଙ୍କ ଘରକୁ ଆସିଛନ୍ତି ବିଲୁବାବୁ। ଆସୁଆସୁ ଛୋଟ ପିଲାଟିଏ ଆସି ବିଲୁବାବୁଙ୍କୁ ମୁଣ୍ଡିଆ ମାରିଲା। ବିଲୁବାବୁ ଖୁସି ହେଇ ତାକୁ ଦେଖିଲେ ଓ ସିଲୁବାବୁଙ୍କୁ କହିଲେ- ଆରେ ତୋ ପୁଅ ତ ପୂରା ତୋ ପରିକା ହେଇଚି… ସୁନ୍ଦର ପିଲାଟିଏ… ତା ମାଆ ବି ତେବେ ସୁନ୍ଦର ହେଇଥିବ…

ଏହା ଶୁଣି ସିଲୁବାବୁ ତତ‌୍‍କ୍ଷଣାତ ଦଉଡ଼ି ଆସି ବିଲୁବାବୁଙ୍କ ପାଟି ଚାପି ଦେଇ ତାଙ୍କ କାନରେ ଫୁସୁ ଫୁସୁ ହୋଇ କହିଲେ- ‘ଆରେ ଭାଇ ଧୀରେ କହ… ଇଏ ମୋ ପୁଅ ନୁହେଁ… ଇଏ ମୋ ପଡ଼ୋଶୀଙ୍କ ପୁଅ…

ପ୍ରେସ‌୍‍

ଟ୍ରାଫିକ୍‌ରେ ରେଡ‌୍‍ ସିଗ୍ନାଲ ଦେଲା। ଜଣେ ବ୍ୟକ୍ତି ଗୋଟେ ସ୍କୁଟରରେ ଆସି ଅଟକିଲେ। ତାଙ୍କ ଗାଡ଼ିରେ ଗୁଡ଼ାଏ ଡ୍ରେସ‌୍‍ ପୋଷାକ ପୁଟୁଳା କରି ବନ୍ଧା ହୋଇଥିଲା। ସ୍କୁଟର ଆଗରେ ଲେଖା ଥିଲା ‘PRESS’।

ସାମ୍ୱାଦିକ ଜଣେ ଅଟକିଥିବାରୁ ଟ୍ରାଫିକ‌୍‍ ପୋଲିସ‌୍‍ ବାବୁ ଟିକେ ଶଙ୍କି ଗଲେ। ତାଙ୍କୁ ପଚାରିଲେ- ଆଜ୍ଞା ନମସ୍କାର, ଆପଣ ସାର‌୍‍ କୋଉ ଖବରକାଗଜ କିମ୍ବା କୋଉ ଟିଭିରେ କାମ କରନ୍ତି ?

ଟ୍ରାଫିକ‌୍‍ ସିଗ୍ନାଲ‌୍‍ ଗ୍ରୀନ‌୍‍ ଜଳିଲା। ବାବୁ ଜଣକ ସ୍କୁଟର ଷ୍ଟାର୍ଟ କରୁ କରୁ ଟ୍ରାଫିକ‌୍‍ ପୋଲିସଙ୍କୁ କହିଲେ- ମୋର ଡ୍ରେସ‌୍‍ ଆଇରନ‌୍‍ ଦୋକାନ ଅଛି। ମୁଁ ଆଜ୍ଞା ଡ୍ରେସ‌୍‍ PRESS କରେ…

(ସେଇଦିନଠୁ ଟ୍ରାଫିକ‌୍‍ ପୋଲିସ‌୍‍ କୋମାରେ)

ଇମେଜ‌୍‍

ବଡ଼ ଅଜବ ଆମ ଦର୍ଶକଙ୍କ ଚିନ୍ତାଧାରା ଓ ଆଶ୍ଚର୍ଯ୍ୟଜନକ ଆମ ମହିଳାମାନଙ୍କ ପସନ୍ଦ ନାପସନ୍ଦ। ଏମାନେ ‘ଦେବଦାସ’ ଫିଲ୍ମରେ ନିଶାରେ ଟଳୁଥିବା ଶାହରୁଖ ଖାଁଙ୍କୁ ଦେଖି ‘ହାଓ ରୋମାଣ୍ଟିକ‌୍‍’ ବୋଲି କହନ୍ତି, କିନ୍ତୁ ନିଜ ସ୍ୱାମୀ ମଦ ପିଇକି ଘରକୁ ଆସିଲେ ‘ପେଟେଣ୍ଟ ମେଡିସିନ‌୍‍’ ଦିଅନ୍ତି। ମଦ୍ୟର ମାନ୍ୟତା ଓ ସମ୍ମାନ ବ୍ୟକ୍ତି ବଦଳିଲେ ବି ବଦଳି ଯାଏ କି?

ବାର୍ଥ ଡେ ଡ୍ରେସ‌୍‍

ଗୗରହରି ବାବୁ ଘରେ ପଶୁପଶୁ ତାଙ୍କ ଫେସନପ୍ରିୟ ପତ୍ନୀ ସୁନୟନା ଗଦଗଦ ସ୍ୱରରେ ସ୍ୱାମୀଙ୍କୁ ଖୁସି ଖବରଟିଏ ଶୁଣାଇଦେଲେ।

‘ହେଇଟି ଜାଣିଛ ! ଆଜି ବଜାରକୁ ଯାଇଥିଲି। ଗୋଟିଏ ବଢ଼ିଆ ଡ୍ରେସ‌୍‍ ଦେଖିଲି, ଆଉ ସମ୍ଭାଳି ପାରିଲିନି। ତମ ଜନ୍ମଦିନ ପାଇଁ ସେଟାକୁ ମୁଁ କିଣିକି ନେଇଆସିଲି। ତମେ ଦେଖିଲେ ଚମକି ପଡ଼ିବ।’

ସବୁବେଳେ ନିଜର ଡ୍ରେସ‌୍‍ ପୋଷାକ ପାଇଁ ଚିନ୍ତା କରୁଥିବା ପତ୍ନୀଙ୍କର, ହଠାତ‌୍‍ ସ୍ୱାମୀପ୍ରୀତି ଦେଖି ଗୌରହରି ବାବୁ ସତରେ ହତଚକିତ ହୋଇପଡ଼ିଲେ। ହସିହସି ସେ ମଧ୍ୟ ଗଦଗଦ ସ୍ୱରରେ କହିଲେ- ‘ମୁଁ ଜାଣିଥିଲି ପରା… ତମେ ମତେ ବହୁତ ଭଲ ପାଅ। ଟିକେ ଆଣିଲ ଆଣିଲ କେମିତି ହୋଇଛି ସେ ଡ୍ରେସ‌୍‍ଟା ଦେଖିବା।’

ଏହା ଶୁଣି ପତ୍ନୀ ସୁନୟନା ନାଚି ନାଚି ଉପର ଘରକୁ ଯାଉ ଯାଉ କହିଲେ- ଟିକେ ଅପେକ୍ଷା କର… ମୁଁ ଏକାଥରେ ପିନ୍ଧିକି ପଳେଇ ଆସୁଛି… ଟିକେ ଟାଇମ‌୍‍ ଲାଗିବ… ଅନେକ ଦିନ ହେଲା ମୋର ଆଉ ଡ୍ରେସ‌୍‍ ପିନ୍ଧିବାରେ ଅଭ୍ୟାସ ନାହିଁ ମ…

(ଗୌରହରି ବାବୁ ସେବେଠୁ ଆଉ କେବେ ନିଜ ଜନ୍ମଦିନ ପାଳିନାହାଁନ୍ତି)

(ବିଶେଷ ଘୋଷଣା: ଉପର ଲିଖିତ ଲେଖାଗୁଡ଼ିକ କେବଳ ମନୋରଂଜନ ପାଇଁ ଉଦ୍ଦିଷ୍ଟ। ବାସ୍ତବ ଜୀବନ ସହ ଏହାର କୌଣସି ସଂପର୍କ ନାହିଁ। ଯଦି ଏହାର ବିଷୟବସ୍ତୁ କାହାର ଜୀବନ ସହ ମେଳ ଖାଉଥାଏ ତେବେ ତାହା କେବଳ ଏକ ସଂଯୋଗ ବୋଲି ଧରାଯିବ।)


from Odisha Reporter http://bit.ly/2IkU97X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages