କୋଚ ପଦ ଛାଡ଼ିଲେ ଡାନିଏଲ ଭେଟୋରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

କୋଚ ପଦ ଛାଡ଼ିଲେ ଡାନିଏଲ ଭେଟୋରୀ

ମେଲବର୍ଣ୍ଣ: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍‌ ଭେଟୋରୀ ଆଜି ବିଗ ବାଶ ଟିମ୍‌ ବ୍ରିସବେନ୍‌ ହିଟ୍‌ର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୪ ବର୍ଷ ହେଲାଣି ଏହି ପଦରେ କାର୍ଯ୍ୟ କରୁଥିଲେ।
ବ୍ରିସବେନ୍‌ ଶୁକ୍ରବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ମେଲବର୍ଣ୍ଣ ଷ୍ଟାରକୁ ପରାସ୍ତ କରି ନିଜର ପୁଲ ପର୍ଯ୍ୟାୟ ଶେଷ କରିଛି। ଏବେ ଦଳ ୪ର୍ଥ ସ୍ଥାନରେ ରହିଛି। ଯଦି ପଏଣ୍ଟ ଟେବୁଲରେ ଏପଟ ସେପଟ ହୁଏ, ତା’ହେଲେ ବ୍ରିସବେନ୍‌ ସେମି ଫାଇନାଲ୍‌କୁ କ୍ୱାଲିଫାଏ କରିବାର ମଧ୍ୟ ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଭେଟୋରୀ ଦଳର କୋଚ ପଦରୁ ଇସ୍ତଫା ଦେଇଛନ୍ତି।

ଆଜି ଏକ ବିବୃତିରେ ଭେଟୋରୀ କହିଛନ୍ତି, “ଦୀର୍ଘ କିଛି ସପ୍ତାହ ଭାବିବା ପରେ ମୁଁ ବ୍ରିସବେନ୍‌ ହିଟ୍‌ର କୋଚ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛି। ମୁଁ ୪ ବର୍ଷ ପାଇଁ ଚୁକ୍ତି କରିଥିଲି। ଏବେ ଆଉ ଏହାକୁ ରିନ୍ୟୁ କରିବାକୁ ଚାହୁଁନାହିଁ। ମୁଁ ମୋ ନିଷ୍ପତ୍ତି ସମ୍ପର୍କରେ ଦଳର ଜେନେରାଲ ମ୍ୟାନେଜରଙ୍କୁ ଜଣାଇ ଦେଇଛି ଏବଂ ସେ ମଧ୍ୟ ଏହାକୁ ଗ୍ରହଣ କରିନେଇଛନ୍ତି। ମୁଁ ଏହି ପଦରେ କାର୍ଯ୍ୟ କରିବା ବେଳେ ସମସ୍ତେ ମୋତେ ସମର୍ଥନ ଓ ସହଯୋଗ କରିଥିଲେ। ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”



from Odisha Reporter http://bit.ly/2TEcEoX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages